ଲାକହିଡ୍ ମାର୍ଟିନ ଓ ଟାଟା ଆଡଭାନସ ସିଷ୍ଟମ ଲିମିଟେଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷର !

5

କନକ ବ୍ୟୁରୋ: ଆମେରିକା କଂପାନୀ ଲାକହିଡ୍ ମାର୍ଟିନ ‘ମେକ-ଇନ-ଇଣ୍ଡିଆ’ ଯୋଜନା ଅନୁସାରେ ଭାରତରେ ଏଫ-ସିକ୍ସଟିନ୍ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଆଉ ଏଥିପାଇଁ ଲାକହିଡ୍ ମାର୍ଟିନ ଭାରତର ଟାଟା ଆଡଭାନସ ସିଷ୍ଟମ ଲିମିଟେଡ ସହ ଚୁକ୍ତି ସ୍ୱାକ୍ଷର କରିଛି ।

ଭାରତକୁ ଯୁଦ୍ଧ ବିମାନ ବିକିିବାକୁ ଚାହୁଁଥିବା ବିଦେଶ କଂପାନୀ ‘ମେକ-ଇନ-ଇଣ୍ଡିଆ’ ଅନୁଯାୟୀ ଭାରତରେ ବିମାନ ନିର୍ମାଣ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ତେଣୁ ଭାରତରେ କାରଖାନା କରିବାକୁ ଆମେରିକା କଂପାନୀ ‘ମେକ-ଇନ-ଇଣ୍ଡିଆ’ ଆଧାରରେ ଆଗେଇ ଆସିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.