ସୋସିଆଲ ମିଡ଼ିଆ ଛାଡିପାରନ୍ତି ମୋଦି! ରବିବାର ଠାରୁ ଫେସବୁକ, ୟୁଟ୍ୟୁବ୍, ଟ୍ୱିଟର ଓ ଇନଷ୍ଟାଗ୍ରାମରୁ ଦୂରେଇ ପାରନ୍ତି ମୋଦି, ଟ୍ୱିଟରରେ ଦେଲେ ସଂକେତ?

483

କନକ ବ୍ୟୁରୋ : ସୋସିଆଲ ମିଡ଼ିଆକୁ ବାଏ ବାଏ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖୁବଶୀଘ୍ର ସୋସିଆଲ ମିଡିଆ ଛାଡିପାରନ୍ତି ମୋଦି । ଏନେଇ ଟ୍ୱିଟରରେ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ରବିବାର ଠାରୁ ୟୁଟ୍ୟୁବ୍, ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାର୍ଟଫର୍ମରୁ ବିଦାୟ ନେବାକୁ ବିଚାର କରୁଥିବା କହିଛନ୍ତି ମୋଦି ।

ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ ମୋଦି । ଏପରିକି ନିର୍ବାଚନରେ ପ୍ରଚାର ପାଇଁ ସୋସିଆଲ ମିଡିଆ ମୋଦିଙ୍କ ପାଇଁ ସାଜିଥିଲା ବଡ ଅସ୍ତ୍ର । ଏବେ ଟ୍ୱିଟରରେ ମୋଦିଙ୍କର ୫ କୋଟି ୩୩ ଲକ୍ଷ ଫଲୋଅର୍ସ ରହିଥିବା ବେଳେ ଫେସବୁକରେ ୪ କୋଟି ୪୫ ଲକ୍ଷ ଫଲୋଅର୍ସ ରହିଛନ୍ତି । ସେହିଭଳି ଇନଷ୍ଟାଗ୍ରାମରେ ମୋଦିଙ୍କର ୩ କୋଟି ୫୨ ଲକ୍ଷ ଫଲୋଅର୍ସ ରହିଛନ୍ତି । ତେବେ କେଉଁ କାରଣ ପାଇଁ ସୋସିଆଲ ମିଡିଆ ଛାଡିବାକୁ ବିଚାର କରୁଛନ୍ତି ସେନେଇ ସ୍ପଷ୍ଟ କରିନାହାନ୍ତି ମୋଦି ।