ଦୁର୍ବଳ ହେଉଛି ଲାଲଗଡ: ଆଜି ପୁଣି ୬୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

54

ଦୁର୍ବଳ ହେଉଛି ଲାଲଗଡ । ଉଭୟ ଛତିଶଗଡ ଓ ଓଡିଶାରେ ଲାଲବାହିନୀ ଛାଡି ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ ଓ ମାଓ ସମର୍ଥକ । ଆଜି ପୁଣି ୬୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୭ ଜଣ ମହିଳାଙ୍କ ସମେତ ବହୁ ମିଲିସିଆ କାମାଣ୍ଡର ବସ୍ତର ଆଇଜି ଓ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ବିଗତ କିଛି ମାସ ହେବ ଲାଲଗଡ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ବହୁ ହାର୍ଡକୋର ମାଓବାଦୀ ପୁଲିସ ପାଖରେ ଅତ୍ମସମର୍ପଣ କରିଛନ୍ତି । ତେବେ କିଏ ଲାଲବାହିନୀରେ ଦିଆଯାଉଥିବା ନିର୍ଯାତନାକୁ ସହି ନପାରି ପୁଲିସ ପାଖରେ ଧରାଦେଉଛି ତ ଆଉ କିଏ ଉଦେଶ୍ୟ ସାଧନ ନହେବାରୁ ଲାଲଗଡ ଛାଡିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲ ଓ ମାଓ ସମର୍ଥକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି ।