ଅଧୁରା ରହିଲା ମାଲକାନଗିରି ବିଛିନ୍ନାଂଚଳକୁ ସେତୁର ସ୍ୱପ୍ନ, କାମ ଆରମ୍ଭରୁ ବିଭ୍ରାଟ

60

ପ୍ରଶ୍ନ ଘେରରେ ନିର୍ମାଣଧୀନ ଗୁରୁପ୍ରିୟା ସେତୁ ।  ମାଲକାନଗିରି ବିିଛିନ୍ନାଂଚଳରେ ନିର୍ମାଣଧୀନ ପୋଲର କାମକୁ ନେଇ ପ୍ରଶ୍ନ ଉଠିଛି । କାରଣ ନିର୍ମାଣାଧୀନ ଅବସ୍ଥାରେ ପୋଲର ୩ ଟି ପିଲର ଢଳି ପଡିଛି । ୨୦୧୫ ମସିହା ଠାରୁ ପୋଲର ନିର୍ମାଣ କାମ ଆରମ୍ଭ ହୋଇଛି । ବର୍ଷେ ଭିତରେ ୩ଟି ପିଲାର ଢଳିଲାଣି, ଆଗକୁ କଣ ହେବ ପୋଲର ଭାଗ୍ୟ ତାକୁ ନେଇ ଆଶଙ୍କା ଦେଖାଦେଇଛି । ପ୍ରାୟ ୫୦ ଫୁଟ ପାଣି ଭିତରେ ପୋଲର କାମ ଚାଲୁ ଥିବା ବେଳେ ତିନୋଟି ପାଇପ ଢଳି ପଡିଛି । ତେବେ ଏହି ପିଲର ଢଳିବା ପରେ ଗୁରୁପ୍ରୀୟା ସେତୁ ନିର୍ମାଣ କାମର ମାନ ଉପରେ ପ୍ରଶ୍ନ ଉଠାଇବାସହ ଏହି ସେତୁ ନିର୍ମାଣ କାମ ରେ ବଡ ଧରଣର ଦୁର୍ନିତୀ ଚାଲିଥିବା ଅଭିଯୋଗ କରିଛି ବିରୋଧୀ କଂଗ୍ରେସ । ମାଲକାନଗିରି ଗସ୍ତ କରି ପି.ସି.ସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସମ୍ପୃକ୍ତ କମ୍ପାନୀ ଏବଂ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ସେତୁ ନିର୍ମାଣରେ ନିମ୍ନମାନର ବାଲି ବ୍ୟାବହାର ହୋଉଛି । ଏକଥା ଜାଣି ବି ପ୍ରଶାସନ ଚୁପ ଥିବା ଅଭିଯୋଗ ଆଣିଛି କଂଗ୍ରେସ । ୧୭୩ କୋଟି ଟଙ୍କା ଅଟକଳ ମୁଲ୍ୟର ଗୁରୁପ୍ରିୟା ସେତୁର ନିର୍ମାଣ କାମ କୋଲକାତାର ରୋୟାଲ ଇନଫ୍ରା କନଷ୍ଟୃ ନାମକ କମ୍ପାନୀ ଟର୍ନ କି ବେସିସରେ ନିର୍ମାଣ କାମ କରୁଛି । ଡିଜାଇନିଙ୍ଗ, ପ୍ଲାନିଙ୍ଗ ଠାରୁ ଆରମ୍ଭ କରି ଏଷ୍ଟିମେଶନ ପର୍ଯ୍ୟନ୍ତ ସବୁ କାମ କମ୍ପାନୀ ହାତରେ ଟେକି ଦେଇ ସରକାର ଚୂପ ବସିଥିବା ପିସିସି ସଭାପତି କହିଛନ୍ତି । କେବଳ ନିର୍ମାଣ କାମ ର ତଦାରଖ କରିବ ପୁର୍ତ ବିଭାଗ । ହେଲେ ପିଲର ଢଳିବା ପରେ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ । ସେପଟେ ବିରୋଧୀଙ୍କ ଏଭଳି ଅଭିଯୋଗକୁ ଏଡାଇ ଯାଇଛନ୍ତି ସମ୍ପୃକ୍ତ ଠିକା କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ।