ସଂଜୟଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ

35

ଚିଟଫଣ୍ଡ ଲିଙ୍କରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧି । ଏନେଇ ଆଜି କଂଗ୍ରେସ ନେତା ଲୁଲୁ ମହାପାତ୍ର ସଂଜୟଙ୍କ ପରିବାର କିଭଳି ଏତେ ଶୀଘ୍ର ଏତେ କମ୍ପାନୀର ମାଲିକ ହେଲା ବୋଲି ପ୍ରଶ୍ନ କରିଛନ୍ତିି । ଆସନ୍ତା ମଙ୍ଗଳବାର ଏନେଇ ସେ ଏକ ବଡ଼ ଧରଣର ଖୁଲାସା କରିବେ ବୋଲି କହିଛନ୍ତି । ସେପଟେ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି- ସଂଜୟ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ । ନଚେତ୍ ବିଜେପି ରାଜରାସ୍ତାକୁ ଓହ୍ୱାଇବ । ଏହାର ଜବାବରେ  ମନ୍ତ୍ରୀ ଡ. ଦାମୋଦର ରାଉତ କହିଛନ୍ତି , ନେତାମାନେ ନିଜ ମହତ ନିଜେ ରଖିବା ଉଚିତ  ।