୨୦୧୭ର ଅନ୍ତିମ ଟି-ଟ୍ୱେଣ୍ଟି ! ଲଙ୍କା ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

28

କନକ ବ୍ୟୁରୋ : ଟି-ଟ୍ୱେଣ୍ଟି ସିରିଜକୁ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ଭାରତୀୟ ଦଳ । ଆଜି ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚର ତୃତୀୟ ତଥା ଅନ୍ତିମ ଟକ୍କର । ଏହା ଏହି ସିରିଜର ଅନ୍ତିମ ମ୍ୟାଚ ହୋଇଥିବା ସହ ଚଳିତ ବର୍ଷର ମଧ୍ୟ ଶେଷ ମ୍ୟାଚ । ମୁମ୍ବାଇର ୱାଂଖଡେ ପିଚରେ ମୁହାଁମୁହିଁ ହେବେ ଦୁଇ ଦଳ । ଭାରତ ପାଇଁ ସିରିଜ ମୂଳପୋଛ କରିବା ସୁଯୋଗ ରହିଥିବା ବେଳେ ଭ୍ରମଣକାରୀ ଦଳ ନିଜ ସମ୍ମାନ ରକ୍ଷାପାଇଁ ପିଚକୁ ଓହ୍ଲାଇବ ।

team-india_650x400_81513161370ତେବେ ଶେଷ ମ୍ୟାଚ ଜିତିବାକୁ ଭାରତ ଏକ ଭିନ୍ନ ରଣନୀତି କରି ପଡିଆକୁ ଓହ୍ଲାଇପାରେ । ମୁମ୍ବାଇର ୱାଂଖଡେ ପିଚ ବ୍ୟାଟସମ୍ୟାନଙ୍କ ସପକ୍ଷରେ ରହୁଥିବାରୁ ଆଜି ମଧ୍ୟ ଏକ ବଡ ସ୍କୋର ଦେଖିବାକୁ ମିଳିବ । ରୋହିତଙ୍କ ଅଧିନାୟକତ୍ୱରେ ଭାରତ ଏବେ ଜବରଦସ୍ତ ଫର୍ମରେ ରହିଛି । ତେବେ ଅନ୍ୟପକ୍ଷରେ ଫର୍ମ ଫେରିପାଇବା ପାଇଁ ସଂର୍ଘଷ କରୁଛି ସିଂହଳୀ ଦଳ ।

କଟକରେ ହୋଇଥିବା ପ୍ରଥମ ମ୍ୟାଚରେ ୯୩ ରନରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚକୁ ମଧ୍ୟ ୮୮ ରନରେ ଜିତି ସିରିଜ ହାତେଇଥିଲା । ତେବେ ତୃତୀୟ ମ୍ୟାଚ ଜିତି ପୂରୁଣା ବର୍ଷକୁ ବିଦାୟ ଦେବାକୁ ଳକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଭାରତ ସିରିଜ ଜିତିସାରିଥିବା ଯୋଗୁଁ ୱାସିଙ୍ଗଟନ ସୁନ୍ଦର, ବାସିଲ ଥମ୍ପିଙ୍କ ଭଳି ସଂରକ୍ଷିତ ଖେଳାଳିଙ୍କୁ ଦଳ ଖେଳାଇପାରେ ।

ତେବେ ଏସବୁ ଭିତରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦଳକୁ ମହମ୍ମଦ ସାମି ଓ ସାର୍ଦ୍ଦୁଳ ଠାକୁର ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ବିରୋଧରେ ୬ଟି ଦିନିକିଆ ଖେଳିବ ଭାରତ । ତେବେ ଆଶ୍ଚଯ୍ୟଜନକ ଭାବେ ଦଳରୁ ବାଦ ପଡିଛନ୍ତି ଅଶ୍ୱିନ ଓ ରବିୀନ୍ଦ୍ର ଜାଡେଜା । ଉଭୟଙ୍କ ସ୍ଥାନରେ ଚହଲ ଓ କୁଲଦୀପ ଯାଦବଙ୍କ ସହ ଅକ୍ଷର ପଟେଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।