ଶୀତରେ ଥରୁଛି ସାରା ଓଡିଶା ! ଆଂଚିଳକ ପାଣିପାଗର ପୂର୍ବାନୁମାନ, ଆହୁରୀ ବଢିବ ଥଣ୍ଡା
କନକ ବ୍ୟୁରୋ: ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ରାଜ୍ୟରେ ପବନ ତା’ର ଦିଗ ପରିବର୍ତ୍ତନ କରିଛି । ଉତ୍ତର ବା ଉତ୍ତର ପଶ୍ଚିମ ଦିଗରୁ ବହୁଥିବା କାଲୁଆ ପବନର ବେଗ କ୍ଷୀଣ ହୋଇପଡ଼ିଛି । ଏବେ ପୂର୍ବ ଏବଂ ଉତ୍ତର ପୂର୍ବ ଦିଗରୁ ବହିବାକୁ ଆରମ୍ଭ କରିଛି ସାମୁଦ୍ରିକ ବାୟୁ । ବାୟୁମଣ୍ଡଳର ତଳଭାଗରେ ଜଳୀୟବାଷ୍ପ ବି ରହୁଛି । ଏସବୁର ମିଶ୍ରିତ ପ୍ରଭାବରେ ବିଳମ୍ବିତ ରାତିରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯାଉଛି । ସକାଳୁ ସବୁଠାରୁ ଅଧିକ ହେଉଛି । ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ସୋମବାର ପର୍ଯ୍ୟନ୍ତ ସକାଳୁଆ କୁହୁଡ଼ି ଦେଖିବାକୁ ମିଳିବ । ବାୟୁର ଦିଗ ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି । ସର୍ବୋଚ୍ଚ ବା ଦିନ ତାପମାତ୍ରା ସ୍ଥିର ରହୁଛି । କିନ୍ତୁ ପୂର୍ବ ଭଳି ଥଣ୍ଡା ଅନୁଭୂତ ହେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ସେଲସିୟସ ଥିବା ବେଳେ ଫୁଲବାଣୀରେ ୯.୫ଡିଗ୍ରୀ, କୋରାପୁଟରେ ୧୦ଡିଗ୍ରୀ, ହୀରାକୁଦରେ ୧୦.୧ଡିଗ୍ରୀ, ଭବାନୀପାଟଣା, ସୁନ୍ଦରଗଡ଼ରେ ୧୧.୫ଡିଗ୍ରୀ, ସୋନପୁରରେ ୧୧.୮ଡିଗ୍ରୀ, ଝାରସୁଗୁଡ଼ା, କେନ୍ଦୁଝରରେ ୧୨.୨ଡିଗ୍ରୀ, ସମ୍ବଲପୁରରେ ୧୨.୩ଡିଗ୍ରୀ, ବଲାଙ୍ଗୀରରେ ୧୨.୮ଡିଗ୍ରୀ, ଅନୁଗୁଳ, ଟିଟିଲାଗଡ଼ରେ ୧୩ଡିଗ୍ରୀ ରେକର୍ଡ କରାଯାଇଛି । ଉପକୂଳର ବାଲେଶ୍ୱରରେ ୧୪.୮ଡିଗ୍ରୀ, କଟକରେ ୧୫ଡିଗ୍ରୀ, ଭୁବନେଶ୍ୱରରେ ୧୫.୯ଡିଗ୍ରୀ ରହିଛି ।