ମୃତ୍ୟୁର ଝଡତୋଫାନ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ କାରଣରୁ ୬୨ ମୃତ । ପାଟକୁରାରରେ ବଜ୍ରପାତରେ ଜଳିଗଲା ୧୩ ବଖରା ଘର

32

କନକ ବ୍ୟୁରୋ: ମୃତ୍ୟୁର ଝଡତୋଫାନ । ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ ଯୋଗୁଁ ୬୨ ଜଣ ପ୍ରାଣ ହରାଇଛନ୍ତି । ଝଡତୋଫାନ ଯୋହୁଁ ଏହି ଅଂଚଳରେ ଅନେକ କ୍ଷୟକ୍ଷତି ହୋଇଛି । ଝଡ଼ ତୋଫାନରେ କେବଳ ଉତର ପ୍ରଦେଶରେ ୩୮ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ପର୍ଯ୍ୟଟକ । ସେହିପରି ପଶ୍ଚିମ ବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ୯ଜଣ ଏବଂ ଦିଲ୍ଲୀରେ ୨ଜଣଙ୍କର ମୃତ୍ୟୁ ଘଟିଛି ।

ଝଡ଼ ତୋଫାନ ପାଇଁ ୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ମଧ୍ୟ ଆକଳନ କରାଯାଇଛି । ୟୁପିର କାଶଗଂଜ, କେନୌଜ,ଆଲିଗଡ଼, ଗାଜିଆବାଦ,ନୋଏଡ଼ା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯୁଦ୍ଧକାଳୀନ ଭିତିରେ କ୍ଷତିଗ୍ରସ୍ତ ଅଂଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଝଡ଼ତୋଫାନ ପାଇଁ ୟୁପିରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଉତରାଖଣ୍ଡରେ ବର୍ଷା ବିତ୍ପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦିଲ୍ଲୀ ଏନ୍ସିଆର ଅଂଚଳରେ ମଧ୍ୟ ଝଡ଼ତୋଫାନ ଯୋଗୁଁ ଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଛି ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ଟ୍ୱିଟ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ସମ୍ବଲପୁରରେ କାଳବୈଶାଖୀ ତାଣ୍ଡବ । ଏହା ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ପବନ ବହୁଛି । ବର୍ଷା ପାଇଁ ସାଧାରଣରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ରାସ୍ତା ଘାଟରେ ପାଣି ଜମି ରହି ଥିବାରୁ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଆଜି ସକାଳୁ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା ।

ସେପଟେ, ବ୍ରଜପାତରେ ଜଳିଗଲା ୧୩ ବଖରା ଘର । କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଗୋଜାବନ୍ଧ, ରଡ଼ିଆ ଗାଁରେ ଘଟିଛି ଏହି ଘଟଣା । ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ପବନ ସହ ଘଡ଼ଘଡ଼ି ବର୍ଷା ହୋଇଥିଲା । ବ୍ରଜପାତରେ ପ୍ରଭାବରେ ମଙ୍ଗଳପୁର ପଂଚାୟତର ଗୋଜାବନ୍ଧ ଗାଁରେ ୮ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସେହି କଂସାର ବଡ଼ଦାଣ୍ଡୁଆ ପଂଚାୟତର ରଡ଼ିଆ ଗାଁରେ ବ୍ରଜପାତରେ କଳ୍ପନା ଜେନାଙ୍କର ୫ ବଖରା ଘର ପୋଡ଼ି ଯାଇଛି ।