ଆଇପିଏଲ୍ ମହାସମର : ହାଇଦ୍ରାବାଦ ପରେ ଦ୍ୱିତୀୟ ଦଳ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କଲା ଚେନ୍ନାଇ । ଏବେ ବି ମଉଳିନି ରାଜସ୍ଥାନର ଆଶା

31

କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦ ପରେ ଦ୍ୱିତୀୟ ଦଳ ଭାବେ ଚେନ୍ନାଇ ଆଇପିଏଲ ୨୦୧୮ର ପ୍ଲେ ଅଫରେ ପହଂଚିଛି । ଗତକାଲି ଖେଳାଯାଇଥିବା ମ।।ଚରେ ଅମ୍ବାତି ରାଇଡୁଙ୍କ ଶତକ ଜରିଆରେ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ପ୍ଲେ ଅଫରେ ଜାଗା ପକ୍କା କରି ନେଇଛି ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୪ ୱିକେଟ ହରାଇ କରିଥିଲା ୧୭୯ ରନ୍ । ଦଳ ପକ୍ଷରୁ ଓପନର ଶିଖର ଧାୱନ ୭୯ ଓ ଅଧିନାୟକ କେନ୍ ୱିଲିୟମସନ୍ ୫୧ ରନ୍ କରିଥିଲେ । ଜବାବରେ ଚେନ୍ନାଇ ଆରମ୍ଭରୁ ଦୃଢ଼ ବ୍ୟାଟିଂ କରିଥିଲା । ଚେନ୍ନାଇର ଦୁଇ ଓପନର ସେନ ୱାଟସନ ଓ ଅମ୍ବାତି ରାଇଡୁ ଧୂଆଁଧାର ବ୍ୟାଟିଂ କରିଥିଲେ । ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର ଜାରି ରଖିଥିଲେ ଏଡି ଦୁଇ ଷ୍ଟାଇଲିସ୍ ବ୍ୟାଟସମ୍ୟାନ । ସେନ୍ ୱାଟସନ୍ ୩୫ ବଲରୁ ୫ ଚୌକା ଓ ୩ ଛକା ସହାୟତାରେ ୫୭ ରନ୍ କରିଥିଲେ । ତେବେ ଚେନ୍ନାଇ ପାଇଁ ହିରୋ ପାଲଟିଥିଲେ ରାଇଡୁ ।

ରାଇଡୁ ୬୨ ବଲରୁ ୭ଟି ଚୌକା ଓ ୭ଟ ଦର୍ଶନୀୟ ଛକା ସହ ସେ ଅପରାଜିତ ଶତକ ହାସଲ କରିଥିଲେ । ଏହାସହ ଚେନ୍ନାଇ ୧୨ ମ୍ୟାଚରୁ ୮ଟି ଜିତି ପ୍ଲେ ଅଫରେ ପହଂଚିଛି । ସେପଟେ ଅନ୍ୟ ଏକ ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ହରାଇ ଦେଇଛି ରାଜସ୍ଥାନ ରୟାଲ୍ସ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା ମ୍ମୁମ୍ବାଇ ପକ୍ଷରୁ ଏଭିନ୍ ଲୁଇସ୍ ୬୦, ସୂର୍ଯ୍ୟକୁମାର ଯାଦବ ୩୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ରନ୍ କରିଥିଲେ । ଜବାବରେ ଜୋସ୍ ବଟଲରଙ୍କ ଚମକ୍ରାର ବ୍ୟାଟିଂ ଫଳରେ ରାଜସ୍ଥାନ ସହଜରେ ବିଜୟ ହାସଲ କରି ନେଇଥିଲା । ବଟଲର ୫୩ ବଲରୁ ୯ ଚୌକା ଓ ୫ ଛକା ସହାୟତାରେ ୯୪ ରନ୍ କର ନଟ୍ଆଉଟ ରହିଥିଲେ । ଏହି ବିଜୟ ସହ ରାଜସ୍ଥାନ ପ୍ଲେ ଅଫରେ ପହଂଚିବା ଆଶା ଉଜ୍ଜୀବୀତ ରଖିଛି । ରାଜସ୍ଥାନ ୧୨ଟି ମ୍ୟାଚରୁ ଏପର୍ଯ୍ୟନ୍ତ ୬ଟି ଜିତିଥିବା ବେଳେ ୬ଟି ହାରିଛି ।