କନକ ବ୍ୟୁରୋ: କନ୍ଧମାଳ ଏନକାଉଂଟରରେ ୫ ଜଣ ମାଓବାଦୀଙ୍କ ଜୀବନ ଯାଇଛି । ଗତକାଲି ସନ୍ଧ୍ୟାରେ କନ୍ଧମାଳରେ ୪ ଜ୩ଣ ମାଓବାଦୀଙ୍କୁ ମାରିଛି ପୋଲିସ । ଆଜି ସକାଳୁ ପୁଣି ଜଣେ ମାଓବାଦୀ ଏନକାଂଉଟରରେ ପ୍ରାଣ ହରାଇଛି । କନ୍ଧମାଳ ସୁଡ୍ରୁକୁମ୍ପାରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ମିଳିଛି ଏହି ସଫଳତା ।

Advertisment

publive-imageସୂଚନାଯୋଗ୍ୟ ଯେ ଗତକାଲି ପୁଲିସ ଏନକାଉଣ୍ଟରରେ କନ୍ଧମାଳରେ ୪ ଜଣ ଓ ବଲାଙ୍ଗୀରରେ ୨ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଡିଭିଜନାଲ କମିଟି ସଦସ୍ୟ ଶଙ୍କର ମାଝୀ ଓରଫ୍‌ ବାଦଲ ଥିବା କହିଥିଲା।। ବାଦଲ ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। କନ୍ଧମାଳ ଘଟଣାରେ ଗତକାଲି ମୃତ୍ୟୁବରଣ କରିଥଥିବା ଅନ୍ୟ ତିନି ମାଓବାଦୀଙ୍କ ପରିଚୟ ମିଳିନାହିଁ। ଆଜି ମଧ୍ୟ ଯେଉଁ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଛି ତାଙ୍କ ପରିଚୟ ମିଳି ନାହିଁ। ସମ୍ଭବତଃ ସେ ଗତକାଲି ପୁଲିସ ଗୁଳିରେ ଆହତ ହୋଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରୁ ୩ଶହ ମିଟର ଦୂରରେ ଟଳି ପଡ଼ିଛନ୍ତି।

publive-image

ଗତକାଲି ଅପରାହ୍ନରେ ସୁଡ୍ରୁକୁମ୍ପା ନିକଟ ଜଙ୍ଗଲ ଗୋଲାଙ୍କି ଗାଁରେ ମାଓବାଦୀ ମେଳି କରିଥିବା ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ପରେ ଏସ୍‌ପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲା। ପ୍ରଥମେ ପୁଲିସ ଉପରକୁ ମାଓବାଦୀ ଗୁଳିମାଡ କରିଥିଲେ। ପାଲଟା ଜବାବ ଦେବାକୁ ଯାଇ ପୁଲିସ ବି ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଜଣ ମହିଳା କ୍ୟାଡର ମାଓବାଦୀ ଓ ୨ ଜଣ ପୁରୁଷ ମାଓବାଦୀ ଅଛନ୍ତି। ଆଉ ୨୫ରୁ ୩୦ ମାଓବାଦୀ ଖସିଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ସେଠାରୁ ୭ଟି ରାଇଫଲ, ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି।