ଜଗନ୍ନାଥ ମନ୍ଦିରକୁ ପ୍ରାଥମିକତା ଦେଉନାହାଁନ୍ତି ସରକାର : ରଥଯାତ୍ରା ପୂର୍ବରୁ ମନର କଥା କହିଲେ ଗଜପତି ମହାରାଜ

77

କନକ ବ୍ୟୁରୋ : ରଥଯାତ୍ରା ପୂର୍ବରୁ ମନର କଥା କହିଛନ୍ତି ଗଜପତି ମହାରାଜ । ପୁରୀ ମହାରାଜା ଦିବ୍ୟସିଂହ ଦେବ ଆଣିଛନ୍ତି ମହାଅଭିଯୋଗ । କହିଛନ୍ତି, ଶ୍ରୀମନ୍ଦିରକୁ ଅଗ୍ରାଧିକାର ଦେଉନାହାଁନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ସମସ୍ୟା ପ୍ରତି ସରକାର ବିମୁଖ ।

ତତକାଳୀନ ଗଜପତିଙ୍କ ଠାରୁ ୫୭ ବର୍ଷ ହେଲାଣି ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେଲେଣି କିନ୍ତୁ ସମସ୍ୟା ବଢିଚାଲିଛିି । କିଛି ଏହିଭଳି ମର୍ମରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜା ଦିବ୍ୟସିଂହ ଦେବ । ସ୍ୱାଭିମାନ ଦିବସରେ ଆମ ଓଡିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଅବହେଳାର କଥା କହିଛନ୍ତି ମହାରାଜ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –