ଲାହୋରକୁ ଦିଲ୍ଲୀର ଡର : ଭାରତୀୟ ସେନାର ଧମକ ନେଇ ପାକ୍ ମିଡିଆରେ ପ୍ରକାଶ ପାଇଲା ରିପୋର୍ଟ

25

କନକ ବ୍ୟୁରୋ : ପାକିସ୍ତାନର ପ୍ରମୁଖ ଗଣମାଧ୍ୟମରେ ସ୍ଥାନ ପାଇଛି ଭାରତର ଧମକ । ଏଲଓସିରେ ଭାରତୀୟ ଯବାନଙ୍କ ଅଙ୍ଗପ୍ରତ୍ୟଙ୍ଗ କାଟିନେବା ଘଟଣାର ଉଚିତ ଜବାବ ଦେବ ଭାରତୀୟ ସେନା । ମଙ୍ଗଳବାର ଆର୍ମି ଷ୍ଟାଫର ଉପମୁଖ୍ୟ ଲେଫ୍ଟେନାଂଟ ଜେନେରାଲ ଶରତ ଚାନ୍ଦ ଦେଇଥିବା ମନ୍ତବ୍ୟକୁ କୋଟ୍ କରିଛି ପାକିସ୍ତାନ ମିଡିଆ ।

ସେପଟେ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନରଙ୍କୁ ସମନ କରିଛି ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ସଚିବ ଏସ. ଜୟଶଙ୍କର ପାକ ହାଇକମିଶନର ଅବଦୁଲ ବସିତଙ୍କୁ ସମନ କରିଥିବା ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଗୋପାଳ ବାଗଲେ ।

ଭାରତର ଅଭିଯୋଗକୁ ଅସ୍ୱୀକାର କରିଆସୁଛି ପାକିସ୍ତାନ ଡିଜିଏମଓ । ହେଲେ ଏନେଇ ଭାରତ ପାଖରେ ଯଥେଷ୍ଟ ପ୍ରମାଣ ଥିବା ଦାବି କରିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ଗୋପାଲ ବାଗଲେ । ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଇସଲାମାବାଦକୁ ଜଣାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।