ସୀମା ଲଂଘିଲା ବର୍ବରତା । ଆତଙ୍କ ଖେଳାଇଲା ଆତତାୟୀ । ଦୁଇ ଘଂଟାରେ ୬ଜଣଙ୍କୁ କଲା ହତ୍ୟା ।

26

କନକ ବ୍ୟୁରୋ : ସହରରେ ବୁଲୁଛି ସିରିଏଲ କିଲର । ଯାହାକୁ ଦେଖୁଛି ତାକୁ ମାରୁଛି । ଦୁଇ ଘଂଟାରେ ୬ଜଣଙ୍କୁ ହତ୍ୟାକରି ଆତଙ୍କ ଖେଲାଇଛି । ଏଭଳି ବୀଭତ୍ସକାଣ୍ଡ ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀ ପାଲୱାଲ ଅଂଚଳରେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ହତ୍ୟାକାରୀକୁ ଗିରଫ କରି ପଚରାଉଚରା କରୁଛି ।

ସ୍ଥାନୀୟ ଅଂଚଳରେ ସକାଳୁ ୬ଟି ମୃତଦେହ ଦେଖିବାକୁ ମିଲିଥିଲା । ଗତ ରାତି ଦୁଇଟାରୁ ଚାରିଟା ଭିତରେ ଏହି ବ୍ୟକ୍ତି ଜଣଙ୍କ ବିଭିନ୍ନ ସ୍ଥାନରେ ହତ୍ୟା କରିଥିଲା । ଆଦର୍ଶନଗର କଲୋନୀରୁ ଆହତ ଅବସ୍ଥାରେ ପୋଲିକୁ ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡିଛି । ଏପରିକି ଆତତାୟୀ ଜଣକ ପୋଲିସ ଉପରକୁ ଆକ୍ରମଣ କରିବାକୁ ପଛାଇନଥିଲା ।

ହତ୍ୟାକାରୀ ନରେଶ ପ୍ରଥମେ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କୁ ହତ୍ୟାକରିଥିଲା । ତା ପରେ ସେ ହସ୍ପିଟାଲର ଶୌଚାଳୟରେ ଲୁଚି ଯାଇଥିଲା । ତା ପରେ ସେଠାରୁ ଫେରାର ହେବା ପରେ ମୀନାରଗେଟ, ମୋତି କୋଲନୀ ଓ ରସୁଲପୁର ରୋଡରେ ୫ଜଣଙ୍କୁ ହତ୍ୟା କରିଥିଲା । ତା ମୁଣ୍ଡରେ ଏପରି ଭୂତ ଚଢିଥିଲା ଯେ ଯାହାକୁ ଦେଖିଥିଲା ତାକୁ ଆକ୍ରମଣ କରିଥିଲା ।

ସେପଟେ ପୋଲିସ କହିଛି ଆକ୍ରମଣକାରୀକୁ ଗିରଫ କରାଯାଇଛି । ତାକୁ ପଚରାଉଚରା ମଧ୍ୟ କରାଯାଉଛି ।ସେ ସମସ୍ତଙ୍କୁ ଲୁହା ଭୁଷି ହତ୍ୟାକରିଛି । ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ଫରିଦାବାଦକୁ ପଠାଯାଇଛି । ସେଠାରେ ବର୍ତମାନ ହାଇଆଲର୍ଟ ଘୋଷଣା କରାଯାଇଛି । ହତ୍ୟାକାରୀ , ଜଣେ ପାଗଳ ବୋଲି କହିଛି ପୋଲିସ ।