ନୂଆବର୍ଷରେ ନର୍ଥ କୋରିଆର ନୂଆ ଧମକ ! ଟେବୁଲ ଉପରେ ଅଛି ପରମାଣୁ ଅସ୍ତ୍ରର ବଟନ, ଗୋଟିଏ ସୁଇଚରେ ସଫା ହୋଇଯିବ ଆମେରିକା

44

କନକ ବ୍ୟୁରୋ : ନୂଆବର୍ଷରେ ନର୍ଥ କୋରିଆର ନୂଆ ଧମକ । ପରମାଣୁ ଯୁଦ୍ଧ ପାଇଁ କିମ୍ ଜଙ୍ଗଙ୍କ ଖୋଲାଖୋଲି ଆହ୍ୱାନ । ଗୋଟିଏ ବଟନ ଚିପିଲେ ପୂରା ଆମେରିକା ହୋଇଯିବ ଧ୍ୱଂସ ।ଯୁଦ୍ଧ ହୁଙ୍କାରକୁ ଆହୁରି ତୀବ୍ର କଲା ଉତର କୋରିଆ । ବର୍ଷ ଆରମ୍ଭରୁ ହିଁ ପରମାଣୁ ଯୁଦ୍ଧ ପାଇଁ ଆହ୍ୱାନ ଦେଇଛନ୍ତି ଉତର କୋରିଆ ଶାସକ କିମ ଜଙ୍ଗ ଉନ୍ । ଦେଶର ସମସ୍ତ ପରମାଣୁ ଅସ୍ତ୍ରର ବଟନ ତାଙ୍କ ଟେବୁଲ୍ ଉପରେ ରହିଛି । ଯଦି ସେ ଚାହିଁବେ ଗୋଟିଏ ବଟନ ଚିପିଲେ ଆମେରିକାକୁ ଧ୍ୱଂସ କରି ପାରିବେ । ଏଭଳି ବୟାନ ଦେଇ କିମ୍ ଜଙ୍ଗ ପୁଣିଥରେ ଚିନ୍ତା ବଢାଇ ଦେଇଛନ୍ତି ବିଶ୍ୱବାସୀଙ୍କର । ତାଙ୍କର ଏହି ବୟାନ ଆଗାମୀ ପରମାଣୁ ଯୁଦ୍ଧର ଆହ୍ୱାନ ବୋଲି ଅନୁମାନ କରାଯାଉଛି ।

Hackers-Kim-Jong-un-792502-2ସୁପରପାୱାର୍ ଆମେରିକାକୁ ନୂଆବର୍ଷରେ ଧମକ ଦେଇଛି ନର୍ଥ କୋରିଆ । ଶାସକ କିମ୍ ଜଙ୍ଗ୍ ଉନ୍ କହିଛନ୍ତି ତାଙ୍କ ଟେବୁଲରେ ସବୁବେଳେ ପରମାଣୁ ବଟନ୍ ଥାଏ । ଏହି ବଟନ୍ ଦବାଇଲେ ଆମେରିକା ଧ୍ୱଂସ ପାଇବା ସୁନିଶ୍ଚିତ ବୋଲି କହି ଛନ୍ତି କିମ୍ ଜଙ୍ଗ୍ । ସେ କହିଛନ୍ତି ନର୍ଥ କୋରିଆ ଏବେ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଓ ଏହାର ଶକ୍ତିକୁ ଆମେରିକା ଚାଲେଞ୍ଜ କରିବା ଉଚିତ ନୁହଁ । ଏବେ ପୁରା ଆମେରିକା ନର୍ଥ କୋରିଆର ଆକ୍ରମଣ ବଳୟ ଭିତରେ ଥିବା ସେ କହିଛନ୍ତି । ଏକ ଦାୟିତ୍ୱସମ୍ପନ୍ନ ପରମାଣୁ ରାଷ୍ଟ୍ର ଭାବେ ନର୍ଥ କୋରିଆ ପ୍ରଥମେ ଆକ୍ରମଣ କରିବ ନାହିଁ ବୋଲି କହିଛନ୍ତି କିମ୍ । ତେବେ ଆବଶ୍ୟକ ହେଲେ ପଛକୁ ହଟିବନି ମଧ୍ୟ ସେ କହିଛନ୍ତି । ନୂଆ ବର୍ଷରେ ତାଙ୍କର ଏହି କଡ଼ା ଚେତାବନୀ ନର୍ଥ କୋରିଆ ଟେଲିଭିଜନରେ ପ୍ରସାରିତହୋଇଛି ।

maxresdefaultତେବେ ଯୁଦ୍ଧ ପାଇଁ କିମ୍ ଜଙ୍ଗ ସରକାର ଗତ କିଛି ବର୍ଷ ହେବ ପ୍ରସ୍ତୁତି କରି ଆସୁଥିଲା । ପୂର୍ବରୁ ଆମେରିକା ଓ ଜାପାନ ଉଦ୍ଦେଶ୍ୟରେ ଏକାଧିିକ ବାର କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ନଜିର ମଧ୍ୟ ରହିଛି । ଗତ କିଛିବର୍ଷ ହେବ ହ୍ୱାସୋଙ୍ଗ – ୧୨, ହ୍ୱାସୋଙ୍ଗ – ୧୪ ଭଳି ଦୁରଗାମୀ ବାଲାଷ୍ଟିକ ମିସାଇଲ୍ ଠୁଳ କରୁଛି ଉତ୍ତର କୋରିଆ । ଯାହା ସଙ୍କେତ ଦେଉଛି ଆମେରିକା ଉପରେ ଆକ୍ରମଣ କରିବାର ଯୋଜନା କରିଆସୁଛି କିମ୍ ଜଙ୍ଗ ଉନ ସେନା । ଜାତିସଙ୍ଘ ଏବଂ ଅନ୍ତରାଷ୍ଟ୍ରୀୟ ଚାପ ପରେ ବି ସୁଧୁରିନି ଉତର କୋରିଆ । ଜାପାନକୁ ଡରାଇବା ଲାଗି ଜାପାନ ଉପର ଦେଇ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଚାଲିଛି ।

ବାରମ୍ବାର ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷଣ କରି ବିଶ୍ୱ ଦରବାରରେ କଡ଼ା ସମାଲୋଚନାର ଶିକାର ହୋଇଛି ଉତର କୋରିଆ । ହେଲେ ସୁଧୁରିବାର ନାଁ ଧରୁନି । ଆମେରିକା ସାମରିକ ଘାଟି ଗୁଆମ୍ ଦ୍ୱୀପ ଉପରେ ମିସାଇଲ୍ ଆକ୍ରମଣର ଧମକ ପରେ ଆମେରିକା ଟାର୍ଗେଟରେ ରହିଛି ଉତ୍ତର କୋରିଆ । ହାଇଡ୍ରୋଜେନ୍ ବୋମାର ପରୀକ୍ଷଣ କରି ସାରା ବିଶ୍ୱକୁ ଚକିତ କରିଥିଲା ଏହି ଦେଶ । ଏପରିକି ୨୦୧୭ରେ ୧୨ ଥର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଉତର କୋରିଆ । ଯାହା ପୂରା ବିଶ୍ୱ ବାସୀଙ୍କୁ ଆତଙ୍କିତ କରି ରଖିଛି ।

F-16sSouthKorea-735x413ସେପଟେ ଆମେରିକା ମଧ୍ୟ ଉତର କୋରିଆର ଧମକକୁ ନେଇ ଚୁପ ବସି ନାହିଁ । ଏକାଧିକ ଥର ଆମେରିକାର ବୋମା ବର୍ଷଣକାରୀ ବିମାନ କୋରୀୟ ଉପତ୍ୟକାରେ ଚକ୍କର କାଟିବା ଦେଖିବାକୁ ମିଳିଛି ।ଏହାଛଡା ଉତ୍ତର କୋରିଆ ଉପରେ ସମସ୍ତ ପ୍ରକାର ଆର୍ଥିକ ପ୍ରତିବନ୍ଧକ ଲଗାଇଛି ଆମେରିକା । ଆଗକୁ ବଡ଼ ଯୁଦ୍ଧ ଭଳି ପରିସ୍ଥିତି ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଉ ଯଦି ଯୁଦ୍ଧ ହୁଏ, ତାହାଲେ ସାରା ବିଶ୍ୱ ଏଥିରେ ପ୍ରଭାବିତ ହେବ ।

କାହାର ଶକ୍ତି କେତେ:
ଆମେରିକାର ସକ୍ରିୟ ସେନା ସଂଖ୍ୟା ୧.୪ ନିୟୂତ ହୋଇଥିବାବେଳେ ନର୍ଥ କୋରିଆର ସକ୍ରିୟ ସେନା ସଂଖ୍ୟା ମାତ୍ର ୬.୯ ଲକ୍ଷ । ଆମେରିକା ନିକଟରେ ୨୨୦୭ଟି ଯୁଦ୍ଧ ବିମାନ ରହିଥିବାବେଳେ ନର୍ଥ କୋରିଆ ପାଖରେ ରହିଛି ୪୫୮ଟି ଯୁଦ୍ଧ ବିମାନ । ଆମେରିକା ନିକଟରେ ୬୧୯୬ଟି ଯୁଦ୍ଧ ହେଲିକପ୍ଟର ଥିବାବେଳେ ନର୍ଥ କୋରିଆ ପାଖରେ ରହିଛି ୨୦୨ଟି ହେଲିକପ୍ଟର । ଆମେରିକା ନିକଟରେ ୨୦ଟି ବିମାନବାହୀ ଜାହାଜ ଥିବାବେଳେ ନର୍ଥ କୋରିଆ ପାଖରେ ବିମାନବାହୀ ଯୁଦ୍ଧ ଜାହାଜ ନାହିଁ । ସେହିପରି ଆମେରିକା ନିକଟରେ ୬୨ଟି ଡେଷ୍ଟ୍ରୟର ଶ୍ରେଣୀୟ ଯୁଦ୍ଧାସ୍ତ୍ର ଥିବାବେଳେ ନର୍ଥ କୋରିଆ ନିକଟରେ ଏହି ଶ୍ରେଣୀର କୌଣସି ଯୁଦ୍ଧାସ୍ତ୍ର ନାହିଁ । ଆମେରିକା ନିକଟରେ ୨୦ଟି ଅତ୍ୟାଧୁନିକ ଯୁଦ୍ଧତରୀ ଥିବାବେଳେ ନର୍ଥ କୋରିଆ ପାଖରେ ଅତ୍ୟାଧୁନିକ ଯୁଦ୍ଧତରୀ ନାହିଁ । ସେହିପରି ଆମେରିକା ନିକଟରେ ୪୪୮୦ଟି ପରମାଣୁ ଅସ୍ତ୍ର ଥିବାବେଳେ ନର୍ଥ କୋରିଆର ପରମାଣୁ ଅସ୍ତ୍ର ସଂଖ୍ୟା ମାତ୍ର ୧୦ରେ ହିଁ ସୀମିତ । ଏଥିରୁ ସହଜରେ କୁହାଯାଇପାରେ ନର୍ଥ କୋରିଆ ଯୁଦ୍ଧ କଲେ କଣ ହେବ ସ୍ଥିତି । ତେବେ ପରିଣାମକୁ ଖାତିର ନ କରି କୋରିଆ ଜାରି ରଖିଛି ଯୁଦ୍ଧଖୋର ଆଭିମ୍ମୁଖ୍ୟ ।