୨୫ ଲକ୍ଷ ସାଇବର ଠକେଇର ପର୍ଦ୍ଦାଫାଶ : ୫ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ମର୍କତନଗର ପୁଲିସ୍

14

କନକ ବ୍ୟୁରୋ : କଟକରେ ୨୫ ଲକ୍ଷ ଟଙ୍କା ସାଇବର ଠକେଇର ପର୍ଦ୍ଦାଫାସ କରିଛି ପୁଲିସ୍ । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମର୍କତନଗର ପୁଲିସ୍ । ୩ ଜଣ ଅଭିଯୁକ୍ତଙ୍କୁ କୋଲକାତାରୁ ଗିରଫ କରାଯାଇଥିବା ବେଳେ ସାଲେପୁରରୁ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୨ ଜଣ ବିଏସଏନଏଲ କର୍ମଚାରୀ ଥିବା ମଧ୍ୟ ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ୯୫ ହଜାର ଟଙ୍କା, ସୁନାଚେନ୍ ଓ ବାଇକ୍ ଜବତ କରିଛି ପୁଲିସ୍ । ମର୍କତନଗର ଶାଲିନି ଦାସଙ୍କ ଆକାଉଂଟରୁ ଟଙ୍କା ଗାଏବ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୁଲିସ୍ ।