ଗଂଜାମ : ମଶାଣିରୁ ଯୁବତୀଙ୍କ ଅଧା ପୋଡା ଶବ ଜବତ, ଜଣେ ଅଟକ

31

କନକ ବ୍ୟୁରୋ : ମଶାଣିରୁ ଯୁବତୀଙ୍କ ଅଧା ପୋଡା ଶବ ଉଦ୍ଧାର । ଗଂଜାମ ପୁରୁଷୋତମପୁର ପାଣ୍ଡିଆ ଗାଁ ମଶାଣିରୁ ଅଧା ପୋଡା ଅବସ୍ଥାରେ ଜଣେ ଯୁବତୀର ଶବ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଲେ ବ୍ରହ୍ମପୁର ଅଂଚଳର ପ୍ରମିଳା ବେହେରା ।

ପାଣ୍ଡିଆ ଗାଁ ନିକଟରେ ମଶାଣିରେ ୨ ଜଣ ଯୁବକ ଯୁବତୀର ଶବକୁ ଦାହ କରୁଥିବା ଖବର ପୁଲିସ ପାଇଥିଲା । ଏହା ପରେ ପୁଲିସ ଘଟଣା ସ୍ଥଳରେ ପହଚିଂ ଶବକୁ ଜବତ କରିଥିଲା । ଏହି ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ସହ ଯୁବତୀଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।