ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ : ଭୁବନେଶ୍ୱର ରିଜିଅନରେ ବାଜି ମାରିଲେ ଶୁଭମ ଆଚାର୍ଯ୍ୟ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ସର୍ବଭାରତୀୟ ସ୍ତରରେ ଟପ କରିଛନ୍ତି ଦିଲ୍ଲୀ ଛାତ୍ରୀ ସୁକ୍ରୀତି ଗୁପ୍ତା । ସାରା ଦେଶରେ ୧୦ ଲକ୍ଷ ୬୯ ହଜାର ୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଭୁବନେଶ୍ୱର ରିଜିଅନରେ ରେଗୁଲାର ପରୀକ୍ଷା ଦେଇଥିଲେ ୫୦ ହଜାର ୧୯୮ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୪୪ ହଜାର ୫୨୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପାସ ହାର ରହିଛି ୮୮ ଦଶମିକ ୬୯ ପ୍ରତିଶତ । ପ୍ରାଇଭେଟରେ ପରୀକ୍ଷା ଦେଇଥିଲେ ୧୮୮୨ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୭୮୪ ଜଣ ପାସ କରିଥିବା ବେଳେ ପାସ ହାର ରହିଛି ୮୬ ଦଶମିକ ୩୯ ପ୍ରତିଶତ ।

ଭୁବନେଶ୍ୱର ରିଜିଅନରେ ମଦର ପବ୍ଲିକ ସ୍କୁଲର ଶୁଭମ ଆଚାର୍ଯ୍ୟ ଟପ୍ପର ହୋଇଛନ୍ତି । ୯୮.୪୦ ପ୍ରତିଶତ ମାର୍କ ରଖି ସେ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ବିପିଏସ ଭିଲାଇ ସ୍କୁଲର ଆୟୁଷ ଅଗ୍ରଓାଲ ୯୭.୮୦ ପ୍ରତିଶତ ମାର୍କ ରଖିଛନ୍ତି । ସେହିପରି ବିପିଏସ ଭିଲାଇ ସ୍କୁଲର ରିସିଭ କୁମାର ୯୭.୪୦ ପ୍ରତିଶତ ଓ ସାଇ ଇଂଟରନ୍ୟାସନାଲ ସ୍କୁଲର ସନ୍ଦୀପ ପଟ୍ଟନାୟକ ୯୭.୪୦ ପ୍ରତିଶତ ରଖି ତୃତୀୟ ସ୍ଥାନରେ ଅଛନ୍ତି ।