ବୋରିଗୁମ୍ମା ମଦଭାଟି ଭଙ୍ଗା ଘଟଣା : ଜୟପୁର ଏସଡିଜେଏମ କୋର୍ଟରେ ହାଜରହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

20

ଜୟପୁର: ବୋରିଗୁମ୍ମା ମଦଭାଟି ଭଙ୍ଗା ଘଟଣାରେ କୋର୍ଟରେ ହାଜର ହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଜୟପୁର ଏସଡିଜେଏମ କୋର୍ଟଙ୍କ ନୋଟିସ ପରେ ଆଜି ହାଜର ହୋଇ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଆସିଛନ୍ତି ତାରା ବାହିନୀପତି । ୨୦ ହଜାର ଟଙ୍କା ଓ ଦୁଇ ଜଣଙ୍କ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଗତ ମାର୍ଚ୍ଚ ୧୦ ତାରିଖରେ ବୋରିଗୁମ୍ମାରେ ଥିବା  ମଦଭାଟିରେ ଭଙ୍ଗାରୁଜା କରିଥିଲେ ଜୟପୁର ବିଧାୟକ । ସମର୍ଥକ ଓ ସ୍ଥାନୀୟ ମହିଳାଙ୍କ ସହ ଯାଇ ମଦ ଭାଟି ଭଙ୍ଗାରୁଜା କରିବା ସହ ହଜାର ହଜାର ଲିଟର ଦେଶୀ ମଦକୁ ନଷ୍ଟ କରିଥିଲେ । ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।