ଗିଫ୍ଟରେ ଆସିଲା ବୋମା ! ଜଳିଗଲେ ବର,କନ୍ୟା । ଚାଲିଗଲା ଜେଜେ ମାଙ୍କ ଜୀବନ

55

କନକ ବ୍ୟୁରୋ: ବିବାହ ଉପହାରରେ ବୋମା । ଜଳିଗଳେ ବର କନ୍ୟା । ଚାଲିଗଲା ଜେଜେ ମାଙ୍କ ଜୀବନ । ବଲାଙ୍ଗୀର ପାଟଣାଗଡ ଭୋଳାନାଥପଡାର ରବୀନ୍ଦ୍ର ସାହୁଙ୍କ ପୁଅର ରବିବାର ବାହାଘର ହୋଇଥିଲା । ହେଲେ ଆଜିି ତାଙ୍କ ଘରକୁ ଏକ ଗିଫ୍ଟ ପ୍ୟାକେଟ ଆସିଥିଲା । ଏହି ଉପହାର ପ୍ୟାକେଟ ଖୋଲିବା ମାତ୍ରେ ହିଁ ଏଥିରେ ଥିବା ବୋମ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବର,କନ୍ୟାଙ୍କ ସମେତ ୩ ଜଣ ଗୁରୁତର ହୋଇଥିଲେ ।

ପାଟଣାଗଡ ମେଡିକାଲରେ ଜେଜେ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ନବ ଦମ୍ପତିଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ନିଆଁ ଲାଗି ଘରର ଆସବାପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଉପହାର ପ୍ୟାକେଟଟି ରାୟପୁରରୁ ଆସିଥିବା ଜଣାପଡିଥିବା ବେଳେ କିଏ ଓ କାହିଁକି ପଠାଇଥିବା ଜଣାପଡିନି । ପୁଲିସ ଏନେଇ ଛାନଭିନ ଆରମ୍ଭ କରିଛି ।