ନିୟମ ବଦଳାଇବେ କେନ୍ଦ୍ର ସରକାର ! ଏଣିକି ଲୋକଙ୍କୁ ଆଉ କନ୍ଦାଇବନି ଆଧାର

44

ଆଧାରକୁ ନେଇ ଆପଣଙ୍କର ଥିବା ସବୁଠାରୁ ବଡ ସମସ୍ୟା ଏବେ ଦୂର ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଯେଉଁ ଖବର ସଂପର୍କରେ ଅବଗତ କରାଇବାକୁ ଯାଉଛୁ ତାହା ବୋଧହୁଏ ଆପଣଙ୍କୁ କିଛି ମାତ୍ରରେ ଆଶ୍ୱସ୍ତି ଦେଇପାରେ । ତେବେ ପଢନ୍ତୁ ପୂରା ଖବର . . .

ଗ୍ୟାସ କନେକସନ ହେଉ କିମ୍ବା ମୋବାଇଲ ସିମ, ସବୁ ସେବାକୁ ଆଧାର ସହିତ ଲିଙ୍କ କରିବା ଏବେ ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ସରକାର । ଏଭଳି ପରିସ୍ଥିତିରେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡିଛୁ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏକ ନୂତନ ବ୍ୟବସ୍ଥା ପ୍ରଣୟନ କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଲୋକଙ୍କୁ ନିଜର ଆଧାର କାର୍ଡ ତିଆରି କରିବା ପାଇଁ ଏଣେତେଣେ ଦୌଡିବାକୁ ପଡିବନାହିଁ ଆଉ ଏହି ସୁବିଧା ଜନତାଙ୍କୁ ନିକଟସ୍ଥ ବ୍ୟାଙ୍କ ଶାଖାରେ ହିଁ ଯୋଗାଇ ଦିଆଯିବ । ଅର୍ଥାତ୍ ଏହି ସୁବିଧା ଏବେ ବ୍ୟାଙ୍କରେ ହିଁ ଆରମ୍ଭ ହେବ ।

ସର୍ବ ପ୍ରଥମେ ଏଠାରେ ଆମେ ଜଣାଇ ଦେଉଛୁ କି ଏହି ସୁବିଧା ବର୍ତ୍ତମାନ ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି । ସୂଚନା ମୁତାବକ, ଉତ୍ତରାଖଣ୍ଡର ଚଂପାବତ ନାମକ ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କରେ ହିଁ ଆଧାର କାର୍ଡ ତିଆରି କରାଯାଇପାରିବା ଭଳି ସୁବିଧା ଦିଆଯିବ । ଯାହାର କାରଣ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ଆଧାର କାର୍ଡ ତିଆରି କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତରଫରୁ ପୂର୍ବରୁ ଖୋଲା ଯାଇଥିବା ଇ-ଡିଷ୍ଟ୍ରିକ୍ ଏବଂ କମନ ସର୍ଭିସ ସେଂଟର ତଥା ସିଏସସିର ଅନୁବନ୍ଧକର ସମୟସୀମା ଏବେ ସମାପ୍ତ ହେବା କାରଣରୁ ଏବେ ଉଚ୍ଚ ସ୍ତରରେ ବ୍ୟାଙ୍କଗୁଡିକ ଜରିଆରେ ହିଁ ନୂଆ ଆଧାର କାର୍ଡ ତିଆରି କରାଯିବା ପ୍ରସ୍ତାବକୁ ମଂଜୁରୀ ମିଳିଛି । ଯେଉଁଥିପାଇଁ ଖୁବ୍ ଶୀଘ୍ର ହିଁ ଉଭୟ ବ୍ୟାଙ୍କ ଏବଂ ସିଏସସି ମଧ୍ୟରେ ଆଲୋଚନା କରାଯାଇ ବିଭିନ୍ନ ବ୍ୟାଙ୍କ ଶାଖାମାନଙ୍କରେ ନୂଆ ଆଧାର କାର୍ଡ ପାଇଁ ବାୟୋମେଟ୍ରିକ୍ ପଂଜିକରଣ ଆରମ୍ଭ କରିଦିଆଯିବ । ତେବେ ଏହି ଜିଲ୍ଲାରେ ଥିବା ୧୪୨ଟି ଇ-ଡିଷ୍ଟ୍ରିକ୍ କେନ୍ଦ୍ରଗୁଡିକ ସହିତ ହିଁ ୨୦୫ଟି ସିଏସସିରେ ଲାଇସେନ୍ସ ଅନୁବନ୍ଧର ସମୟସୀମା ସରିଯିବା କାରଣରୁ ତଥା ଅନୁବନ୍ଧକର ନବୀକରଣ ନହେବା କାରଣରୁ ଏବେ ଆଧାର କାର୍ଡ ତିଆରି କରିବାର କାର୍ଯ୍ୟ ବନ୍ଦ ହୋଇପଡିଛି । ଯାହାର ସୂଚନା ଖୋଦ୍ ସାଧାରଣ ସେବା ସେଂଟରର ଜିଲ୍ଲା ପ୍ରବନ୍ଧକ କୂଳଦୀପ ଭଣ୍ଡାରୀ ଦେଇଛନ୍ତି । କୂଳଦୀପଙ୍କ କହିବା ଅନୁସାରେ, ଏଣିକି ନୂଆ ଆଧାର କାର୍ଡ ତିଆରି କରିବାର କାମ ବ୍ୟାଙ୍କ ଶାଖା ଜରିଆରେ କରାଯିବ ।

ଏସମ୍ବନ୍ଧିତ ସାଧାରଣ ସେବା ଉଭୟ କେନ୍ଦ୍ର ଏବଂ ବ୍ୟାଙ୍କଗୁଡିକ ମଧ୍ୟରେ ଅନୁବନ୍ଧକର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇସାରିଛି । ଖୁବ୍ ଶୀଘ୍ର ହିଁ ବିଭିନ୍ନ ବ୍ୟାଙ୍କର ଶାଖାମାନଙ୍କରେ ନୂଆ ଆଧାର କାର୍ଡ ତିଆରି କରିବାର ପ୍ରକ୍ରିୟା ଆରମ୍ଭ କରାଯିବ । ବ୍ୟାଙ୍କ ଶାଖାଗୁଡିକରେ ଆଧାର କାର୍ଡ ତିଆରି କରିବା ପାଇଁ ଏକ ସ୍ଥଆୟୀ ପ୍ରକୋଷ୍ଠ ମଧ୍ୟ ସ୍ଥାପନା କରାଯିବ । ଯେଉଁଥିରେ ପର୍ଯ୍ୟାପ୍ତ କର୍ମଚାରୀ ଏବଂ ସମସ୍ତ ଆବଶ୍ୟକତା ଉପକରଣ ମଧ୍ୟ ଯୋଗାଇ ଦିଆଯିବ । ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ୫ଟି ବ୍ୟାଙ୍କରେ ଆଧାର କାର୍ଡ ତିଆରି କରାଯିବ । ସିଏସଏସି ଜିଲ୍ଲା ପ୍ରବନ୍ଧକ କୂଳଦୀପ ଭଣ୍ଡାରୀଙ୍କ କହିବାନୁସାରେ, ଏହାର ପ୍ରଥମ ପର୍ଯ୍ୟାୟରେ ଚଂପାବତରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ସିଣ୍ଡିକେଟ ବୟାଙ୍କ, ବ୍ୟାଙ୍କ ଅଫ ବଡୋଦା, ଗ୍ରାମୀଣ ବ୍ୟାଙ୍କ ଏବଂ ଲୋହାଘାଟ ଗ୍ରାମୀଣ ବ୍ୟାଙ୍କର ଶାଖାଗୁଡିକରେ ଆଧାର କାର୍ଡ ତିଆରି କରାଯିବ । ଏହି ସବୁ ଶାଖାଗୁଡିକରେ ନୂଆ ଆଧାର କାର୍ଡ ତିଆରି କରାଯିବା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସମେତ ଅନ୍ୟ ଆବେଦନକାରୀଙ୍କର ବ୍ୟାଙ୍କ ଖାତା ଖୋଲିବାରେ ମଧ୍ୟ ସହଜ ହେବ । ଯାହାର ଅର୍ଥ ହେଲା ଏଣିକି ଲୋକେ ଗୋଟିଏ ଛାତ ତଳେ ହିଁ ଉଭୟ ଆଧାର କାର୍ଡ ଏବଂ ବ୍ୟାଙ୍କ ଖାତା ଖୋଲି ପାରିବେ ।