ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେପିର ମନେ ପଡିଲା ଚାଉଳ, ଡାଲି ଓ ଲୁଣ କଥା। ନବୀନ କହିଲେ, ଗରିବ ବିରୋଧୀ ବିଜେପି ଆଉ ଚାଲିବନି ଜୁମଲାବାଜି

204

କନକ ବ୍ୟୁରୋ: ପୁଣି ନିର୍ବାଚନୀ ସଭାରୁ କେନ୍ଦ୍ର ଉପରେ ବର୍ଷିଲେ ନବୀନ । କେନ୍ଦୁଝର ନିର୍ବାଚନୀ ସଭାରେ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାର ଗରିବ ବିରୋଧୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିପର୍ଯ୍ୟୟ ପରେ ଏବେ ଚାଉଳ, ଲୁଣ, ଡାଲି କଥା ମନେପଡିଲା ବୋଲି କହିଛନ୍ତି ନବୀନ । ୫ ବର୍ଷ ହେବ ବିଜେପି ସରକାର କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଖାଲି ଏତିକି ନୁହେଁ ବିମୁଦ୍ରାକରଣ ଯୋଗୁଁ ଗରିବ ଆହୁରି ଗରିବ ହୋଇଛି । ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପାଇବା ଦ୍ୱାରା ଲୋକ ହନ୍ତସନ୍ତ ହୋଇଛନ୍ତି । ଜିଏସଟି ଯୋଗୁଁ ସାଧାରଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ୫ ବର୍ଷ ପରେ ଏବେ ଲୋକଙ୍କ କଥା ମନେପଡିଲା । କେନ୍ଦ୍ରର ଆଉ ଜୁମଲାବାଜି ଚଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡି ସରକାର ହେଉଛି ମହିଳା, ଚାଷୀ ଓ ଯୁବକଙ୍କ ସରକାର । କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଥିବା ବେଳେ ସେ ଥିବା ପର୍ଯ୍ୟନ୍ତ ‘କାଳିଆ’ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନବୀନ । କେନ୍ଦୁଝର ପାଟଣା ଓ ମୟୁରଭଂଜ ଠାକରମୁଣ୍ଡା ସମାବେଶରେ ବି ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ ।