ବିଧାନସଭା ବଜେଟ ଅଧିବେଶନ : ଚିଲିକାକୁ ଆସିଥିଲେ ୨୦୧୬-୧୭ ବର୍ଷରେ ଶହେ ପ୍ରଜାତିର ୯ଲକ୍ଷ ୨୪ହଜାର ବିଦେଶୀ ପକ୍ଷୀ

29

କନକ ବ୍ୟୁରୋ : ଚିଲିକାକୁ ୨୦୧୬-୧୭ ବର୍ଷରେ ଶହେ ପ୍ରଜାତିର ୯ଲକ୍ଷ ୨୪ହଜାର ବିଦେଶୀ ପକ୍ଷୀ ଆସିଥିଲେ। ସେହିପରି ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାରରେ ୫୭ ପ୍ରଜାତିର ୧ଲକ୍ଷ ୭୩ହଜାର ୯ଟି ପକ୍ଷୀକୁ ଗଣନା କରାଯାଥିଲା । ଯାହା ମଧ୍ୟରୁ ୨୪ ପ୍ରଜାତିର ୯୩ ହଜାର ୯ଟି ବିଦେଶୀ ପକ୍ଷୀ ଥିଲେ ।

ଅଂଶୁପା ହ୍ରଦକୁ ମଧ୍ୟ ୨୧ ପ୍ରଜାତିର ୩ହଜାର ୪୫ଟି ପକ୍ଷୀ ଆସିଥିଲେ । ସେଥିମଧ୍ୟରୁ ୭ଟି ପ୍ରଜାତିର ୨୪,୪୪୩ ପକ୍ଷୀ ବିଦେଶୀ ବୋଲି ଚିହ୍ନଟ କରାଯାଇଥିଲା । ପକ୍ଷୀ ଶିକାର ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । କେବଳ ଚିଲିକା ବନଖଣ୍ଡରୁ ୨୨ ଜଣ ଶିକାରୀଙ୍କୁ ଗିରଫ କରି ୧୨ ଟି ମକଦ୍ଦମା ରୁଜୁ କରାଯାଇଛି ।

ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ତଥ୍ୟ ପ୍ରଦାନ କରିଛନ୍ତି । ପ୍ରଶ୍ନକାଳ ସମୟରେ ପଂଚାୟତିରାଜ ବ୍ୟବସ୍ଥାକୁ କିପରି ସୁଦୃଢୀକରଣ କରାଯାଇପାରିବ ଏବଂ ପଂଚାୟତର ନିଜସ୍ୱ ଆୟ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା । ବର୍ତମାନ ସୁଦ୍ଧା ରାଜ୍ୟରେ ୯୮୪ଟି ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ କରାଯାଇନାହିଁ ।

ଆସନ୍ତା ମେ ମାସ ସୁଦ୍ଧା ଏ ସମସ୍ତ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ୧୨୨୪.୮୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହା ମଧ୍ୟରୁ ୧ହଜାର ୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଛି ବୋଲି ଗୃହରେ ଶକ୍ତି ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –