ପୁଣି ଅମଲାଙ୍କ ବିରୋଧରେ ସାଂସଦଙ୍କ ସାଙ୍ଘାତିକ ଅଭିଯୋଗ : ବୈଜୟନ୍ତ କହିଲେ ଚାନ୍ଦାନେବା ସହ ଟିକେଟ ବାଂଟୁଛନ୍ତି ଅଫିସର

43

କନକ ବ୍ୟୁରୋ :  ଦଳବିରୋଧୀ କାର୍ଯ୍ୟକଳାପ ଓ ଅନୁଶାସନ ଉଲ୍ଲଂଘନ କରି ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହୋଇଥିବା ବେଳେ ଆଜି ପୁଣି ସରକାରୀ ବାବୁଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଅଣ୍ଡରାରେ ପାଣି ଟାଙ୍କୀ ଉଦଘାଟନ ବେଳେ ବାବୁଙ୍କୁ ନେଇ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ବାବୁମାନେ ଲକ୍ଷ୍ମଣ ରେଖା ଟପି ଯାଇ ଚାନ୍ଦା ଆଦୟ କରିବା ସହ ଟିକେଟ ବାଂଟୁଥିବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ବୈଜୟନ୍ତ ।

ବୈଜୟନ୍ତଙ୍କ ଅଭିଯୋଗ କିଛି ନୁଆ ନୁହେଁ । ବିଜେଡି ଓ ବୈଜୟନ୍ତଙ୍କ ଭିତରେ ଦୁରତା ବଢିବା ସହ ସାଂସଦଙ୍କ ଟାର୍ଗେଟକୁ ଆସିଥିଲେ ଅଫିସର୍ । ଯାହାକୁ ସେ ଲଗାତର ଦୋହରାଉଛନ୍ତି । ତେବେ ବିଜେଡି କହିଛି-ସାଂସଦ ବିଜେପି ସ୍ୱରରେ କଥା କହୁଛନ୍ତି । ଯେଉଁ ପାଣି ଟାଙ୍କୀ ଉଦଘାଟନ ବେଳେ ବୈଜୟନ୍ତ ପଣ୍ଡାଙ୍କୁ ଦିନେ ଅଣ୍ଡାମାଡ଼ର ଶିକାର ହେବାକୁ ପଡ଼ିଥିଲା, ସେଭଳି ଏକ ପାଣିଟାଙ୍କୀ ଉଦ୍ଘାଟନ ବେଳେ ପୁଣି ଉଠିଛି ଅଣ୍ଡାମାଡ଼ କଥା ।

ଦଳରୁ ନିଲମ୍ବିତ ହେବା ପରେ ବୈଜୟନ୍ତଙ୍କୁ ନୈତିକତାର ଆଧାରରେ ଇସ୍ତଫା ଦେବା ପାଇଁ ବିଜେଡି ଆହ୍ୱାନ ଦେଇଛି । ସାଂସଦ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ ବିଜେଡି କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ବିଜେଡି ବୈଜୟନ୍ତ କଳି ପ୍ରତିଦିନ ନୁଆ ନୁଆ ରୁପରେ ସାମ୍ନାକୁ ଆସୁଛି ।-