ଆଜି ମହାପ୍ରଭୁଙ୍କ ଖଡିଲାଗି ନୀତି: ଜାଣନ୍ତୁ ଶ୍ରୀଜିଉଙ୍କ ଏହି ନୀତିର କଣ ରହିଛି ବିଶେଷତ୍ୱ

33

କନକ ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ପାଣିରେ ସ୍ନାନ କଲାପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି ମହାପ୍ରଭୁ । ତେବେ ଏହି ଅଣସର ଘରେ ବିଭିନ୍ନ ପ୍ରକାର ନୀତି ସମ୍ପାଦନ କରାଯାଇଥାଏ । ବିଭିନ୍ନ ପାରମ୍ପରିକ ରୀତିନୀତିରେ ମହୌଷଧି ପ୍ରସ୍ତୁତ କରାଯାଇ ମାହାପ୍ରଭୁଙ୍କୁ ଚିକିତ୍ସା କରଯାଇଥିଲା ।

puri
Source:google.com

ବିଧିମୁତାବକ, ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ରାଜପ୍ରସାଦ ନୀତି ସରିଲାପରେ ଚତିୁର୍ଦ୍ଧାମୁରତିଙ୍କର ଶରୀରରେ ଖଡି ଲେପନ କରାଯାଇ ଥାଏ । ଏହି ନୀତିରେ ମହାପ୍ରଭୁଙ୍କର ଶରୀରରେ ନୂଆକରି ପ୍ରତ୍ୟେକ ବର୍ଷ ଏହି ଖଡି ଲାଗି କରାଯାଇଥାଏ । ପରେ ମହାପ୍ରଭୁଙ୍କର ବନକଲାଗି କରାଯାଇଥାଏ ।

 

puri

ତେବେ ବନକଲାଗି ନୀତିରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ସେହିଦିନ ହିଁ ଭଗବାନ ସଧାରଣ ଭକ୍ତମାନଙ୍କୁ ଦର୍ଶନ ଦେବା ସହ ରଥଖଳାରୁ ରଥ ଆଣିବାଲାଗି ଆଜ୍ଞାମାଳ ଦିଆଯାଇଥାଏ । ଆଉ ଆଜ୍ଞାମାଳ ରଥ ଉପରେ ବିଜେ କଲାପରେ ରଥଖଳାରୁ ତିନୋଟି ରଥ ଆସି ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଥାଏ । ଏହାପର ଦିନ ଅର୍ଥାତ୍ ଶ୍ରୀଗୁଣ୍ଡିଚା ଦିନ ରଥଯାତ୍ରା ଆରମ୍ଭ ହୋଇଥାଏ ।