ପାଶବିକତାର ସୀମା ଟପିଲା ମଣିଷ ! ୩ଦିନ ଧରି ଏକ କୁକୁରକୁ ଧର୍ଷଣ କରି ବନ୍ଧା ହେଲା ଯୁବକ

62

ମହିଳାଙ୍କ ପ୍ରତି ଦୁଷ୍କର୍ମ ହେବା ଖବର ଆପଣ ଜାଣିଥିବେ । କିନ୍ତୁ କୁକୁର ବି ଦୁଷ୍କର୍ମର ଶିକାର ହୋଇପାରନ୍ତି ଆଉ ସେ ବି ପୁଣି କୌଣସି ମଣିଷ ଦ୍ୱାରା, କଥାଟା ଯେତିକି ଅଜବ ଲାଗୁଛି ସେତିକି ମଧ୍ୟ ଆଶ୍ଚର୍ଯ୍ୟକର । ତେବେ ମନୁଷ୍ୟର ଏଭଳି ଘୃଣ୍ୟ କାର୍ଯ୍ୟକୁ ଆମେ କାମୁକତାର ଭୟାନକ ରୂପ କହିବା ନା ମାନସିକ ବିକାର ନା ଯୌନ କ୍ଷୁଧାର ମାୟାଜାଲ । ଏଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ମୁତାବକ, ଉତରପ୍ରଦେଶର ବାଗପତ ଜିଲ୍ଲାରେ ଜଣେ ଯୁବକ ପାଶବିକତାର ସବୁ ସୀମା ଟପିଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯୁବକ ଜଣକ ନିଜ ଦେହର ଭୋକ ମେଂଟାଇବାକୁ ଶେଷରେ କୁକୁର ସହ ଦୁଷ୍କର୍ମ ଭଳି ଘୃଣ୍ୟକାମ କରିବାକୁ ବି ପଛାଇ ନଥିଲା । ତେବେ କଥାଟା ସେତେବେଳେ ପ୍ରଘଟ ହୋଇଥିଲା ଯେତେବେଳେ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ସିଂଘବଲି ଥାନା ଅନ୍ତର୍ଗତ ଚିରଚିଟା ନାମକ ଏକ ଗାଁର ଜଣେ ବ୍ୟକ୍ତିର ଅଭିଯୋଗ ଅନୁସାରେ ସେହି ଗାଁର ବବଲୁ ସିଂହ ନାମକ ଜଣେ ଯୁବକକୁ କୁକୁରକୁ ଦୁଷ୍କର୍ମ କରିଥିବା ମାମଲାରେ ଅପରାଧ ସଂଖ୍ୟା ୦୨୨୯/୨୦୧୮, ଧାରା-୩୭୭,୩୨୩ ଆଇପିସି ଅନୁସାରେ ମାମଲା ରୁଜୁ କରାଯାଇଛି । କୁହାଯାଉଛି କି, ଏହି ଘଟଣାଟି ଜୁଲାଇ ୩ ତାରିଖରେ ଘଟିଛି ଏବଂ ୬ ଜୁଲାଇରେ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକାରୀ ଜଣକ ବିଲକୁ କାମ କରିବାକୁ ଯାଉଥିବା ବେଳେ ଅଭିଯୁକ୍ତ ବବଲୁ କୁକୁର ସହ ଦୁଷ୍କର୍ମ କରୁଥିବାର ଦେଖିବାକୁ ପାଇଥିଲା । ଆଉ ଏହି ସମୟରେ ଯୁବକ ଜଣକ ମୋବାଇଲରେ ଫଟୋ ଉଠାଇ ଦେଇଥିଲେ ଏବଂ ଏହି ଫଟୋକୁ ସୋସିଆଲ ମିଡିଆଲେ ଛାଡିଦେବାକୁ ବବୁଲକୁ ଧମକ ଦେଇଥିଲେ । ଏହାପରେ ଅଭିଯୁକ୍ତ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକଙ୍କ ଘରେ ପସି ତାଙ୍କୁ ମାଡମାରି ଥିଲା । ତେବେ ଯୁବକଙ୍କ ଅଭିଯୋଗକୁ ଭିର୍ତ୍ତି କରି ପୁଲିସ ବବୁଲୁକୁ ଗିରଫ କରିଛି । ଖାଲି ଏତିକି ନୁହେଁ ପୁଲିସ ଏବେ ଦୁଷ୍କର୍ମର ଶିକାର ହୋଇଥିବା କୁକୁରଟିକୁ ଖୋଜୁଛି । ମାମଲାର ଯାଂଚ କରୁଛି ।

ପୂର୍ବରୁ ବି ଏଭଳି ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇର ଚେମ୍ବୁରନାକା ଅଂଚଳରେ ରହୁଥିବା ୪୧ ବର୍ଷୀୟ ରାମ ନରେଶ, ଯିଏକି ଦିନରେ ଅଟୋ ଚାଳକ ଭାବେ କାର୍ଯ୍ୟ କରୁଥିବାବେଳେ ରାତିରେ ଏକ କଲୋନୀରେ ଜଗୁଆଳ ଭାବେ କାମ କରେ । ତେବେ ବଡ କଥା ହେଲା , ରାମ ଦୀର୍ଘ ୩ ଦିନ ଧରି କଲୋନୀ ପରିସରରେ ଥିବା ଏକ ପରିତ୍ୟକ୍ତ ଶୌଚାଳୟରେ ଏକ କୁକୁରକୁ ବନ୍ଦୀ କରି ତାକୁ ଅକଥନୀୟ ଭାବେ ଯୌନ ନିର୍ଯ୍ୟାତନା ତଥା ଶାରୀରିକ ନିର୍ଯ୍ୟାତନା ଦେଉଥିଲା । ହେଲେ ରାମର ଏହି ତୁଚ୍ଛ କାମ ବେଶି ଦିନ ତିଷ୍ଠି ରହିପାରି ନଥିଲା । ରାମର ଏହି କାରନାମାକୁ କେହି ଦେଖି ପାରିନଥିଲେ ବି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ତାହା କଏଦ ହୋଇଯାଇଥିଲା । ଆଉ ଯାହାକୁ ଆଧାର କରି ପୋଲିସ ରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ।