ବସକୁ ଲାଗିଲା ବଡ ଫାଇନ । ବୌଦ୍ଧରେ ଯାତ୍ରୀବାସୀ ବସ ଉପରେ ପଡିଲା ୭ ଲକ୍ଷ ଟଙ୍କାର ଜରିମାନା । ଓଭରଲୋଡିଂ ସହ ବସର ନାହିଁ କୌଣସି କାଗଜପତ୍ର

372

କନକ ବ୍ୟୁରୋ: ବସକୁ ଲାଗିଲା ବଡ ଫାଇନ । ଯାତ୍ରୀବାହୀ ବସକୁ ଉପରେ ପଡିଲା ବଡ ଜରିମାନା । ବୌଦ୍ଧରେ ଘରୋଇ ବସ ଉପରେ ୭ ଲକ୍ଷ ୭ ହଜାର ଟଙ୍କାର ଜରିମାନା । ଘଣ୍ଟପଡାରେ ବସକୁ ଧରିବା ପରେ ବୌଦ୍ଧ ଆରଟିଓ ପକାଇଲା ଫାଇନ ।

ଡିଏଲ, ପଲ୍ୟୁସନ, ରୋଡ ପରମିଟ ନଥିବାରୁ ଜରିମାନା ପଡିଛି । ତେବେ ଏଯାଏଁ ସାରା ରାଜ୍ୟରେ ବୋଧ ହୁଏ ଏତେ ପରିମାଣରେ କେଉଁଠି ଜରିମାନା ପଡିନି । ସୂଚନା ଅନୁସାରେ ଘରୋଇ ବସ ‘ବୁଢିମା’ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଆରଟିଓ ଦ୍ୱାରା ଧରାପଡିଥିଲା । ଦୀର୍ଘଦିନ ଧରି ବରଗଡରୁ ବୌଦ୍ଧ ଖୁଣ୍ଟିଗୁରାକୁ ନିୟମ ଉଲ୍ଲଙ୍ଘନ କରି ଆସୁଥିବା ଅଭିଯୋଗ ହୋଇଛି ।

ତେବେ ବିନା ଫିଟନେସରେ ବସ ଚଳାଚଳ କରିଥିବାରୁ ସେ ବାବଦରେ ୫ ହଜାର ଟଙ୍କା ,ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ୫ ହଜାର, ଶବ୍ଦ ପ୍ରଦୁଷଣ ପାଇଁ ୧୦ ହଜାର, ପରମିଟ ନ ଥାଇ ଗାଡି ଚଳାଇଥିବାରୁ ୧୦ ହଜାର ଟଙ୍କା, ବୀମା ନ ଥିବାରୁ ୨ ହଜାର ଟଙ୍କା, ନିୟମ ଉଲ୍ଲଙ୍ଘନ ଫାଇନ ୫ ଶହ ଟଙ୍କା, ରୋଡଟେକ୍ସ ବାବଦକୁ ୬ ଲକ୍ଷ ୭୪ ହଜାର ୭୩୦ର ଜରିମାନ ରହିଛି । ପୂର୍ବରୁ ମଧ୍ୟ ଏକ ଘରୋଇ ବସକୁ ବୈାଦ୍ଧ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୬ଲକ୍ଷ ୭୨ହଜାର ୪୪୫ ଟଙ୍କାର ଫାଇନ ପକାଯାଇଥିଲା ।