ଟ୍ୱିନ୍‌ ସିଟିରେ ୨୪୦ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ! ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା

21

କନକ ବ୍ୟୁରୋ : ଦଶହରା ଅବସରରେ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ପାଇଁ ଟ୍ୱିନ୍‌ ସିଟି ଚଳଚଞ୍ଚଳ ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି । ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ମା’ଙ୍କ ପୂଜା ଆରମ୍ଭ ହେବ । ଅଷ୍ଟମୀ ଅବସରରେ ଗୁରୁବାର ଠାରୁ ପୂଜା ମଣ୍ଡପମାନଙ୍କରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ ।

ଏନେଇ କଟକରେ ୫୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାରେ ୪ଜଣ ଅଫିସର ନିଯୁକ୍ତି ହେବେ । ୨ କମ୍ପାନୀ ସିଆରପିଏଫ୍‌ ଓ ଏସ୍‌ଓଜି ମୁତୟନ ହେବେ । ସେହିଭଳି ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ଓ ୨୦୦ ଅଫିସର ଦୁର୍ଗା ପୂଜା ଉପରେ ନଜର ରଖିବେ । ଏଥି ସହିତ ପ୍ରତି ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ ।