ଜନ୍ତୁ ଧରି ଜେଲଗଲେ ୟୁଟ୍ୟୁବର। ସାପ ସହ ଭିଡିଓ କରି ବନ୍ଧା ହେଲେ ସମ୍ବଲପୁର ଯୁଯୁମୁରାର ରାମ ରଣା।

228

କନକ ବ୍ୟୁରୋ: ବିଷଧର ସାପ ସହ ଭିଡିଓ କରି ବନ୍ଧା ହେଲେ ଯୁବକ । ସମ୍ବଲପୁର ଯୁଯୁମରା ଅଞ୍ଚଳର ଯୁବକ ରାମ ରଣାକୁ ଗିରଫ କରିଛି ବନ ବିଭାଗ । କରୁଜୁଲା ଅଞ୍ଚଳରେ ରହୁଥିବା ରାମ ରଣା ଜଙ୍ଗଲରୁ ବିଷଧର ସାପ ଆଣି ନିଜ ଘରେ ରଖିବା ସହ ସାପଙ୍କ ସହ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବରେ ଅପଲୋଡ୍ କରୁଥିଲେ । ୟୁଟ୍ୟୁବରେ ଲୋକପ୍ରିୟତା ହାସଲ କରିବା ପାଇଁ ଯୁବକ ରାମ ରଣା ଏଭଳି କାରନାମା କରୁଥିଲେ । ଖବର ପାଇ ଯୁଯୁମରା ବନ ବିଭାଗ ଚଢାଉ କରି ଯୁବକକୁ ଗିରଫ କରିବା ସହ ସମସ୍ତ ସାପକୁ ମଧ୍ୟ ଉଦ୍ଧାର କରିଛି । ରାମଙ୍କର ୟୁଟ୍ୟୁବରେ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି ।