ଆଶ୍ଚର୍ଯ୍ୟ କରିଦେବ ପାକିସ୍ତାନରେ କାରଗୁଡିକର ମୂଲ୍ୟ । ଭାରତଠାରୁ ଢେର୍…

263

କନକ ବ୍ୟୁରୋ : ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଅବସ୍ଥା କଥା ତ କାହାକୁ ଅଛପା ନଥିବ । ସେଠାରେକାର ଦରଦାମ୍ କଥାବି କାହାକୁ ଅଛପା ନାହିଁ । ଟମାଟୋ, କ୍ଷୀର, ଅଟାର ଦାମ୍ ଏଠାରେ ଆକାଶ ଛୁଆଁ ଦରରେ ବିକ୍ରି ହୋଇଥାଏ । କିନ୍ତୁ ଜାଣିଛନ୍ତି ଭାରତରେ ଯେଉଁ ସବୁ କାର ବିକ୍ରି ହେଉଛି ପାକିସ୍ତାନରେ ସେହି ସବୁ କାରର ମୂଲ୍ୟ କେତେ । ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଭାରତୀୟ କମ୍ପାନୀ ମାରୁତୀ, ମହିନ୍ଦ୍ରା ଓ ଟାଟା ଭଳି କମ୍ପାନୀ ପାକିସ୍ତାନରୁ ଢେର୍ ଅଧିକ ଇନକମ୍ କରୁଛନ୍ତି । ଭାରତରେ ବିକ୍ରି ହେଉଥିବା କାର ପାକିସ୍ତାନରେ ଦୁଇ ରୁ ତିନି ଗୁଣା ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଭାରତରେ ବିକ୍ରି ହେଉଥିବା କାର ଗୁଡିକର ନାଁ ପରିବର୍ତ୍ତନ କରାଯାଇ ପାରିସ୍ତାନରେ ବିକ୍ରି କରାଯାଇଥାଏ । ପାକିସ୍ତାନରେ ସିଲେରିଓ, ଓମିନି, ଭିତ୍ରା, ଅଲଟୋ, ସ୍ୱିଫ୍ଟ ଏବଂ ୱାଗନ୍-ଆର ଭଳି କାରର ଅଧିକ ଚାହିଦା ରହିଛି । ଆସନ୍ତୁ ଜାଣିବା କେଉଁ କାର କେତେ ଟଙ୍କାରେ ବ୍ରିକ୍ରି ହେଉଛି ପାକିସ୍ତାନରେ ।
ସୁଜୁକି ସେଲେରିଓର ଚାହିଦା ପାକିସ୍ତାନରେ ବେସ୍ ଅଧିକ । ଏହାକୁ ପାକିସ୍ତାନରେ ସୁଜୁକି କଲ୍ଟସ୍ ନାମରେ ବିକ୍ରି କରାଯାଇଥାଏ । ସେଲେରିଓର ମୂଲ୍ୟ ଭାରତରେ ୫.୨୩ ଲକ୍ଷରୁ ୭ଲକ୍ଷରେ ବିକ୍ରି ହେଉଥିବା ବେଳେ ପାକିସ୍ତାନରେ ଏହି କାରର ମୂଲ୍ୟ ୧୯,୦୪,୦୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ମାରୁତି ଭିତ୍ରା ବ୍ରିଜା ଭାରତରେ ୭ ଲକ୍ଷରୁ ଆରମ୍ଭ କରି ୧୩.୯୬ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ବେଳେ ପାକିସ୍ତାନରେ ଏହାକ ମୂଲ୍ୟ ୬୬ ଲକ୍ଷ ଟଙ୍କାରୁ ଅଧିକରେ ବିକ୍ରି ହେଉଛି ।
ଓମିନି, ଅଲଟୋ ଏବଂ ୱାଗନ୍-ଆରର ଚାହିଦା ମଧ୍ୟ ପାକିସ୍ତାନରେ ଢେର ଅଧିକ ରହିଛି । ପାକିସ୍ତନରେ ଓମିନିର ମୂଲ୍ୟ ୧୧ଲକ୍ଷ ୪୯ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଭାରତରେ ଅଲଟୋର ମୂଲ୍ୟ ୩ଲକ୍ଷ ୩୯ ହଜାର ଟଙ୍କା ରହିଥିବା ବେଳେ ପାକିସ୍ତାନରେ ଏହାର ମୂଲ୍ୟ ରହିଛି ୧୪ଲକ୍ଷ ୭୫ ହଜାର । ଭାରତୀୟ ବଜାରରେ ୱାଗନଆରର ମୂଲ୍ୟ ୫ ଲକ୍ଷ ୪୭ ହଜାର ହୋଇଥିବା ବେଳେ ପାକିସ୍ତାନରେ ଏହାର ମୂଲ୍ୟ ୨୦ଲକ୍ଷ ୮୪ ହଜାର ଟଙ୍କା ରହିଛି ।
ଇଏ ତ ଥିଲା ମାରୁତି ସୁଜୁକି କମ୍ପାନୀର ଗାଡି ଗୁଡିକର କଥା । ଯଦି ଆମେ ମହିନ୍ଦ୍ରା ସ୍କର୍ପିଓ-ଏନ୍ କଥା କହିବା ତାହେଲେ । ମହିନ୍ଦ୍ରାର ଏହି ଗାଡି ଭାରତୀୟ ବଜାରରେ ଏବେ ଧୁମ୍ ମଚାଇଛି । ଭାରତରେ ଏହି ଗାଡି ବେସ୍ ଲୋକପ୍ରିୟ ହୋଇପାରିଛି । କିନ୍ତୁ ପାକିସ୍ତାନରେ ଏହାକୁ ଲୋକେ ଢେର ଅଧିକ ପସନ୍ଦ କରୁଥିଲେ ବି ଏହାର ମୂଲ୍ୟ ନିରାଶ କରିଦେଉଛି । ପାକିସ୍ତାନରେ ମହିନ୍ଦ୍ରା ସ୍କର୍ପିଓ-ଏନର ମୂଲ୍ୟ ୮୦ଲକ୍ଷ ଟଙ୍କାରୁ ଆରମ୍ଭ କରି ୧କୋଟି ଟଙ୍କାରେ ବିକ୍ରି ହେଉଛି ।