ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ : ଟ୍ବିଟ୍ କରି ସୂଚନା ଦେଲେ ଯୋଗୀ ଆଦିତ୍ୟନାଥ

232

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍‌-୧୯ ପଜିଟିଭ୍‌ । ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ପ୍ରାରମ୍ଭିକ ଉପସର୍ଗ (ଲକ୍ଷଣ) ଦେଖାଦେବା କ୍ଷଣି ମୁଁ କୋଭିଡ୍‌-୧୯ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍‌ ଆସିଲା। ମୁଁ ଏକାନ୍ତବାସରେ ରହି ଡାକ୍ତରମାନଙ୍କ ପରାମର୍ଶ ମାନି ଚଳୁଛି। ଏବେ ସମସ୍ତ କାର୍ଯ୍ୟ ‘ଭର୍ଚ୍ୟୁଆଲ୍‌’ ଜରିଆରେ କରୁଛି ।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେତେ ଜଣ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଜଣାପଡ଼ିବା ପରେ ଯୋଗୀ ଆଦିତ୍ୟନାଥ ଏକାନ୍ତବାସ ଆରମ୍ଭ କରିଥିଲେ । ଏ ସଂକ୍ରାନ୍ତରେ ହିନ୍ଦୀରେ ଟୁଇଟ୍‌ କରି ସେ ଲେଖିଥିଲେ, ମୋ କାର୍ଯ୍ୟାଳୟର କେତେଜଣ କର୍ମଚାରୀ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଉକ୍ତ ଅଧିକାରୀମାନେ ମୋ ସଂସ୍ପର୍ଶରେ ଆସିଥିବାରୁ ସତର୍କତାର ପଦକ୍ଷେପ ସ୍ୱରୂପ ମୁଁ ଏକାନ୍ତବାସ କରି ସବୁ କାର୍ଯ୍ୟ ‘ଭର୍ଚ୍ୟୁଆଲ୍‌’ ମାଧ୍ୟମରେ କରୁଛି ।

ଏହା ବ୍ୟତିରେକେ, ଆହ୍ଲାବାଦ ହାଇକୋର୍ଟ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି ଯେ, ଅଧିକ କୋଭିଡ୍‌-୧୯ ସଂକ୍ରମଣ ଅଞ୍ଚଳରେ ଦୁଇରୁ ତିନି ସପ୍ତାହ ଲାଗି ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଭଳି ବ୍ୟବସ୍ଥା ପାଇଁ ବିଚାର କରନ୍ତୁ ।