କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର : ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

218

କନକ ବ୍ୟୁରୋ : କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର । ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ସେ କହିଛନ୍ତି ହାଇଦର ଫେରାର ହେବା ଉଦବେଗଜନକ ଘଟଣା । ଓଡ଼ିଶାର ଆଇନ ଶୃଙ୍ଖଳାର କେମିତି ଧୀରେ ଧୀରେ ଅବନତି ଘଟୁଛି ଏହା ତାହାର ଉଦାହରଣ ।

ବୁର୍ଲା ମେଡିକାଲ ଥିବା ସତ୍ୱେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାହିଁକି ବାରମ୍ବାର ସମ୍ବଲପୁରରୁ କଟକ ଅଣାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା । କଟକ ହସ୍ପିଟାଲରେ ତାଙ୍କୁ କେମିତି କ୍ୟାବିନ ମିଳିଲା ଓ କିଏ ଏଥିପାଇଁ  ସୁପାରିଶ କରିଥିଲା । ବୁର୍ଲା ମେଡ଼ିକାଲ ଗ୍ୟାଙ୍ଗଷ୍ଟାରକୁ ରେଫର କରିନଥିବା ସତ୍ୱେ କେମିତି ଆସିଲେ କଟକ । ଏପରିକି କିଡନୀ ରୋଗୀଙ୍କ ଖାଦ୍ୟପେୟ ନେଇ କଟକଣା ଥିବା ବେଳେ ବିରିୟାନୀ କେମିତି ଖାଉଥିଲେ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ଏଥିପାଇଁ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି  ।