ସୁନ୍ଦରଗଡକୁ ଫେରିଲା ଲକଡାଉନ : ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ସରପଂଚ

457

କନକ ବ୍ୟୁରୋ : ସୁନ୍ଦରଗଡକୁ ଫେରିଲା ଲକଡାଉନ । ଗୋଟିଏ ଗାଁକୁ ୩ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ସରପଂଚ । କରୋନାର ସଂକ୍ରମଣ ବଢି ଚାଲିଥିବା ବେଳେ ଦ୍ରୁତ ସଂକ୍ରମଣ ଓ ଭୟାବହତାକୁ ଦୃଷ୍ଟିରେ ରଖି ବଡଗାଁ ପଂଚାୟତକୁ ଲକଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଂଚ ।

ଆସନ୍ତାକାଲିଠାରୁ ଅର୍ଥାତ ୧୫ ତାରିଖରୁ ୧୭ ତାରିଖ ୩ ଦିନ ଯାଏଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଗାମୀ ରବିବାର ହେବାକୁ ଥିବା ସାପ୍ତାହିକ ହାଟ ଓ ଗୁରୁବାର ବସୁଥିବା ହଟଲି ହାଟକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରପଂଚ ।