ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା। ବିନା ବାଣରେ ହେଲା ଭୁଷଣ୍ଡପୁର ଦୋଳପର୍ବ ।

80

କନକ ବ୍ୟୁରୋ: ଟାଙ୍ଗୀ ଥାନା ଭୂଷଣ୍ଡପୁର ଅଘଟଣର ପ୍ରଭାବ ପଡିଛି । ଭୁଷଣ୍ଡପୁର ଦୋଳ ପଡ଼ିଆରେ ଦୋଳପର୍ବ ହୋଇଛି ସତ, କିନ୍ତୁ ସେ ଉତ୍ସାହ ନାହିଁ କି ସେ ଉକ୍ରଣ୍ଠା ନାହିଁ । ବାଣ ଭିଡ଼ା ବେଳେ ଘଟିଯାଇଥିବା ଅଘଟଣ, ଲୋକଙ୍କ ମୁହଁରୁ ଖୁସି ଛଡ଼ାଇ ନେଇଛି । ଖାଁ ଖାଁ ଲାଗୁଛି, ଦୋଳ ପଡ଼ିଆ । ଆସ୍ଥାନ ଉପରେ ବିଜେ ଅଛନ୍ତି ଦେବାଦେବୀ । କିନ୍ତୁ ପୂର୍ବ ଭଳି ବାଣଆଲୁଅର ଚିହ୍ନବର୍ଣ୍ଣ ନାହିଁ । ବାଣ ଉତ୍ସବ ବା ବାଟଫୁଟା ପ୍ରତିଯୋଗିତା ଉପରେ କଟକଣା ଲଗାଇଛି ପ୍ରଶାସନ ।

ଦୋଳଉତ୍ସବ ପୂର୍ବରୁ ଭୁଷଣ୍ଡପୁରରେ ଘଟିଥିବା ଅଘଟଣ ଏବେ ବି ଲୋକଙ୍କ ମନରୁ ଯାଇନି । କିଏ ପରିବାରର ମୁରବୀ ହରାଇଛି, ତ ଆଉ କିଏ ରୋଜଗାରିଆ ପୁଅକୁ ହରାଇଛି । ବାଣ ଭିଡ଼ିବା ବେଳେ ସେଦିନ ଯେଉଁ ଅଘଟଣ ଘଟିଗଲା, ତାହା ୫ଟି ପରିବାରର ହସଖୁସି ଛଡ଼ାଇ ନେଇଛି । ଏମିତି କି ଏବେ ବି ଏକାଧିକ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛି । ଭୁଷଣ୍ଡପୁର ଅଘଟଣ ସାମ୍ନାକୁ ଆସିବା ପରେ, ଜିଲ୍ଳା ପ୍ରଶାସନ ପକ୍ଷରୁ ଏଥର କଟକଣା ଲଗାଯାଇଛି । ବାଣ ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଦୋଳପର୍ବ ଉପରେ ନଜର ରଖିଥିଲା ପ୍ରଶାସନ । ଫଳରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ଏଥର ବନ୍ଦ ହୋଇଯାଇଛି ।