ପୋକ ସାଲୁବାଲୁ ଭାତ ଖାଉଛନ୍ତି ବିଦ୍ୟାଳୟ ପିଲା : ମାଲକାନଗିରିରୁ ଆସିଲା ମଧ୍ୟାହ୍ନ ଭୋଜନର ଉଦବେଗଜନକ ଚିତ୍ର

44

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନରେ ପୋକ । ପୋକ ସାଲୁବାଲୁ ଭାତ ଖାଉଛନ୍ତି ବିଦ୍ୟାଳୟ ପିଲା । ତାହା ପୁଣି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏକ ପ୍ରମୁଖ ବିଦ୍ୟାଳୟରେ । ଖରା ଛୁଟି ପୂର୍ବରୁ ବିଦ୍ୟାଳୟରେ ଗଚ୍ଛିତ ରଖାଯାଇ ଥିବା ଚାଉଳ ଏବେ ସେଇ ଅଖାଦ୍ୟ ଚାଉଳ କୁ ନିତି କୁନି କୁନି ପିଲାଙ୍କ ଥାଳିରେ ପରସୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ଅଭିଭାବକ ଙ୍କ ଉତ୍ତେଜନା ପରେ ସ୍ଥାନୀୟ ବିଧାୟକ ଚାଉଳ ଫେରାଇବାକୁ ନିର୍ଦ୍ଦେଶ ଦେଲେ ।

ବିଦ୍ୟାଳୟ ମଧ୍ୟାହ୍ନ୍ନ ଭୋଜନରେ ପୋକ । ପୋକ ସାଲୁବାଲୁ ଚାଉଳକୁ ରୋଷେଇ କରି ପିଲାଙ୍କୁ ଖାଇବା ପାଇଁ ଦିଆଯାଉଛି । ଏପରି ଅଭାବନୀୟ ଚିତ୍ର ଆସିିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ବି.ବିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ । ଖରା ଛୁଟି ପରେ ସ୍କୁଲ ଖୋଲିବା ଦିନଠାରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଏପରି ଅଖାଦ୍ୟ ଖାଇବାକୁ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏନେଇ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।

ରହିଯାଇଥିବାରୁ ପୁରୁଣା ଚାଉଳକୁ ପାଛୁଡି ରୋଷେଇ କରି ପିଲାଙ୍କୁ ଦିଆଯାଉଥିବା ସ୍ୱୀକାର କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ତେବେ ଖବର ପାଇ ସ୍ଥାନୀୟ ବିଧାୟକ ମାନସ ମାଡକାମୀ ବି.ବିଗୁଡା ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ଦାଗିଦ କରିବା ସହ ପୋକରା ଚାଉଳ ଫେରାଇ ଦେବାକୁ ନିର୍ଦେଶ ଦେଇଛନ୍ତି ।

ଏଫ.ସି.ଆଇ ଗୋଦାମରେ ପୋକରା ଚାଉଳ ଥିବା ନେଇ ଖବର ଜଣାପଡିବା ପରେ ଯୋଗାଣ ସଚିବ ଅନୁଧ୍ୟାନ କରି ସେଗୁଡିକ ଗୋଦାମରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି କିନ୍ତୁ ମାଲକାନଗିରି ଜିଲ୍ଲାରୁ ପୋକରା ଚାଉଳ କେଳେଙ୍କାରୀ ହଟିପାରୁ ନାହିଁ ।