ରାତିରେ ଆହୁରି ଖସିବ ପାରଦ : ୩ ଦିନ ମଧ୍ୟରେ ୩ ଡିଗ୍ରୀ ତାପମାତ୍ରା ଖସିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନୁମାନ

71

କନକ ବ୍ୟୁରୋ : ଖସିବ ପାରଦ । ରାତିରେ ଆହୁରି ୩ ଡିଗ୍ରୀ ପାରଦ ଖସିବ । ଆସନ୍ତା ୨ରୁ ୩ ଦିନ ଭିତରେ ଏହି ତାପମାତ୍ରା ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବନୁମାନ କରିଛି । କିଛି ଜିଲ୍ଲାରେ କୁହୁଡି ଦେଖାଯିବାର ମଧ୍ୟ ସମ୍ଭାବନା ରହିଛି । ଗତକାଲି କୋରାପୁଟରେ ସର୍ବାଧିକ ଥଣ୍ଡା ରେକର୍ଡ ହୋଇଛି । ରାତି ତୁଳନାରେ ସକାଳେ ଅଧିକ ଥଣ୍ଡା ଅନୁଭୂତ ହୋଇଛି । କୋରାପୁଟରେ ରାତି ତାପମାତ୍ରା ୧୧.୫ ଡିଗ୍ରୀ ଥିଲା । ଜି. ଉଦୟଗିରିରେ ୧୩, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୩.୮, କେନ୍ଦୁଝରରେ ୧୪.୬ ଏବଂ ବାଲେଶ୍ୱରରେ ୧୫.୩, ବାରିପଦାରେ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।