ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ଅକ୍ସିଜେନର ଅଭାବ :  ହସ୍ପିଟାଲର ଆବଶ୍ୟକତା ପୂରଣ ହୋଇପାରୁନଥିବା ଅଭିଯୋଗ

236

କନକ ବ୍ୟୁରୋ : କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଆକ୍ରାନ୍ତଙ୍କୁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଆମ ରାଜ୍ୟରେ ମଧ୍ୟ ଗତ କିଛିଦିନ ହେଲା ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ପ୍ରତିଦିନ କିଛିକିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଥିବା ଓଡିଶାରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ୍ ରହିଛି ତ । ଏହାର ପରୀକ୍ଷା କରିବା ପାଇଁ ଆମେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ହଳଦିଆପଦରରେ ଥିବା ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ଯାଂଚ କରିଥିଲୁ ।

ଏଠାରୁ ମୁଖ୍ୟତଃ ଗଞ୍ଜାମ, ଗଜପତି ଓ ମାଲକାନଗିରି ଜିଲ୍ଲାର ହସ୍ପିଟାଲଗୁଡିକୁ ଅକ୍ସିଜେନ୍ ଯୋଗାଣ ହେଉଛି । ବ୍ରହ୍ନପୁର ଏମକେସିଜି ମେଡିକାଲ କଲେଜକୁ ଅଧିକ ମାତ୍ରାରେ ଅକ୍ସିଜେନ୍ ପଠାଇଥାଏ ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନ । ଏହି ଗ୍ୟାସ ଫିଲିଂ ଷ୍ଟେସନର ସଂରକ୍ଷଣ କ୍ଷମତା ୧୦ ଟନ୍ । ହେଲେ ଏବେ ଲିକୁଇଡ ଅକ୍ସିଜେନର ଅଭାବ ଦେଖା ଦେଉଥିବାରୁ ହସ୍ପିଟାଲଗୁଡିକର ଚିହାଦି ମୁତାବକ ଅକ୍ସିଜେନ୍ ଫିଲିଂ ଓ ଯୋଗାଣ ହୋଇପାରୁନଥିବା କହିଛନ୍ତି କମ୍ପାନି ମାଲିକ ।