ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ : ୨୪ ଘଂଟାରେ ୮ ଜଣଙ୍କ ମୃତ୍ୟୁ

82

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାର ଉପରେ ରହିଛି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୬୪୭ ନୂଆ ପଜିଟିଭ୍ ଚିହ୍ନଟ, ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବ ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୮ ଏବଂ ନୂଆପଡ଼ାରୁ ୫୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୧୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫୩ଜଣ, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧ଜଣ, ବଲାଙ୍ଗୀରରୁ ୨୩୪ଜଣ, ବୌଦ୍ଧରୁ ୩୯ଜଣ, କଟକରୁ ୩୩୬ଜଣ, ଦେଓଗଡ଼ରୁ ୩୪ଜଣ, ଢ଼େଙ୍କାନାଳରୁ ୩୪ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୧୬୧ଜଣ, ଜଗତସିଂହପୁରରୁ ୬୫ଜଣ, ଯାଜପୁରରୁ ୧୩୩ଜଣ, ଝାରସୁଗୁଡ଼ାରୁ ୩୪୩ଜଣ, କଳାହାଣ୍ଡିରୁ ୩୬୧ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାବଡ଼ାରୁ ୪୭ଜଣ, କେନ୍ଦୁଝରରୁ ୧୮୩ଜଣ,କୋରାପୁଟରୁ ୬୭ଜଣ, ମାଲକାନଗିରିରୁ ୧୭ଜଣ, ମୟୂରଭଞ୍ଜରୁ ୧୨୨ଜଣ, ନବରଙ୍ଗପୁରରୁ ୨୨୪ଜଣ, ନୟାଗଡ଼ରୁ ୧୧୦ଜଣ, ପୁରୀରୁ ୩୯୫ଜଣ, ରାୟଗଡ଼ାରୁ ୧୧୬ଜଣ, ସମ୍ବଲପୁରରୁ ୧୭୫ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୭୮୮ଜଣ ଏବଂ ଷ୍ଟେଟ ପୁଲରୁ ୨୬୬ଜଣ ସଂକ୍ରମିତ ରହିଛନ୍ତି ।