କାହିଁକି ବିଭାଜନ ହେଲା ଶିବସେନା? କ’ଣ ପାଇଁ ବିଧାୟକଙ୍କୁ ଏକାଠୀ ରଖିପାରିଲେନି ଉଦ୍ଧବ

435

କନକ ବ୍ୟୁରୋ: ବିଜେପି ଏବଂ ଶିବସେନା ମେଂଟ ଯୋଗୁ ୨୦୦୪ ରେ ବିଜେପି ନେତୃତ୍ୱାଧିନ ଏନଡିଏ ପୁଣି ଥରେ ସରକାର ଗଠନ କରିôଥଲା । ବାଲ ଠାକରେଙ୍କ ସମର୍ଥନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥଲେ ଅଟଳ ବିହାରୀ ବାଜପେୟୀ । ସେବେଠାରୁ ମହାରାଷ୍ଟ୍ରରେ ଶିବସେନାର ପ୍ରଭାବ ରହିଆସିଛି । ୨୦୧୨ରେ ବାଲ ଠାକରେଙ୍କ ଦେହାନ୍ତ ପରେ ଉଦ୍ଧବ ଠାକରେ ଦଳର ମଙ୍ଗ ଧରିଥିଲେ ଏବଂ ୨୦୧୯ରେ ବିଜେପି ହାତ ଛାଡି କଂଗ୍ରେସ, ଏନସିପି ସହ ମେଂଟ କରି ସରକାର ଗଢିଥିଲେ ଉଦ୍ଧବ । ଆଉ ସେବେ ଠାରୁ ଆରମ୍ଭ ହୋଇଯାଇଥିଲା ଶିବସେନାର ଦଳୀୟ କନ୍ଦଳ ।

କିଛି ଦିନ ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କ ନେତା ଏକାନାଥ ସିନ୍ଦେଙ୍କୁ ଛାଡିବା ଏତେଟା ସହଜ ନଥିବା କହୁଥିବା ଶିବସେନା ନେତା ସଞ୍ଜୟ ରାଉତ ଏବେ ସିନ୍ଦେଙ୍କୁ ବେଇମାନ, ପଳାତକ କହିବାକୁ ପଛାଉ ନାହାଁନ୍ତି । ତେବେ ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ସପକ୍ଷରେ କ୍ରସ୍ ଭୋଟିଂରୁ ଶିବସେନା ଭିତରେ ସବୁ କିଛି ଠିକ୍ ଚାଲିନଥିବା ଆଭାସ ମିଳିଥିଲା । କିନ୍ତୁ ଏହାକୁ ଦଳ ଭିତରେ ସମାଧାନ କରିଦେବାକୁ ପ୍ରୟାସ କରି ଶିବସେନା ବିଫଳ ହୋଇଥିଲା । ଫଳରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏମଭିଏ ମେଂଟରୁ ଓହରି ବିଜେପି ସହ ମିଶି ସରକାର ଗଠନ କରିବାକୁ ଦାବି କରିଥିଲେ ।

ଉଦ୍ଧବଙ୍କ ହାତ ଛାଡିବାର କ’ଣ ରହିଛି ପ୍ରମୁଖ କାରଣ ?
-ଅଧିକାଂଶ ବିଧାୟକ ଉଦ୍ଧବ ଠାକରେଙ୍କୁ ସିଧାସଳଖ ଭେଟି କଥା ହୋଇପାରୁନଥିଲେ
– ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଗ୍ରାମାଂଚଳର ବିଧାୟକଙ୍କୁ ତାଙ୍କର ସହଯୋଗୀଙ୍କ ଦ୍ୱାରା ଯିବାକୁ ପଡୁଥିଲା
-କରୋନା ସମୟରେ ୫ ମାସ ସଚିବାଳୟ ଆସିନଥିଲେ ଉଦ୍ଧବ ଠାକରେ
-ଯାହା ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଦୂରତା ବଢାଇଥିଲା
-ହିନ୍ଦୁତ୍ୱ ବିଚାରଧାରା ରଖୁଥିବା ଶିବସେନାର ଆଭିମୂଖ୍ୟ ବଦଳୁଥିବା ଅନୁଭବ କରୁଥିଲେ ବିଦ୍ରୋହୀ ଗୋଷ୍ଠୀ
-ଏମଭିଏ ସରକାରରେ ବଢୁଥିଲା ଏନସିପି ନେତାଙ୍କ ପରିଆରା
-ଏମଭିଏ ସରକାରରେ ବିଭିନ୍ନ ପଦବୀରେ ଥିବା କିଛି ବିଦ୍ରୋହୀ ନେତାଙ୍କୁ ଇଡିର ଭୟ ଥିଲା
-ଗୃହ ମନ୍ତ୍ରଣାଳୟକୁ ସମ୍ଭାଳିବାରେ ବିଫଳ ହୋଇଥିଲେ ଉଦ୍ଧବ ସରକାର

ପୂର୍ବରୁ ଶିବସେନାଠୁ ଅଲଗା ହୋଇଥିବା ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଏବଂ ଶିବସେନାର ବିଦ୍ରୋହୀ ନେତା ଏକାନାଥ ସିନ୍ଦେଙ୍କ ମଧ୍ୟରେ କଥାବର୍ତା ପରେ, ବାଲ ଠାକରେଙ୍କ ବିଚାରଧାରା ଚାଲୁଥିବା ଏହି ଦୁଇ ଗୋଷ୍ଠୀ ଏକାଠୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦିଓ ଦୁଇ ପକ୍ଷ ଏନେଇ କୌଣସି ମନ୍ତବ୍ୟ ରଖିନାହାଁନ୍ତି ସିନ୍ଦେ ଗୋଷ୍ଠୀ ଉଦ୍ଧବଙ୍କୁ ଛାଡି ବାଲ ଠାକରେଙ୍କ ପୁତୁରା ରାଜ ଠାକରେଙ୍କୁ ଧରି ଆଗକୁ ବଢିବାକୁ ଚେଷ୍ଟା କରିବ ।