କେଉଁଠି ପ୍ରଥମେ ଚିହ୍ନଟ ହୋଇଥିଲା ଓମିକ୍ରନ ଭାରିଆଣ୍ଟ ?

କରୋନାର ଏହି ନୂଆ ଭୂତାଣୁକୁ ନେଇ ଆରମ୍ଭ ହେଲା ବିବାଦ; ଦକ୍ଷିଣ ଆଫ୍ରିକାରେ ଚିହ୍ନଟର ୧୧ ଦିନ ପୂର୍ବରୁ ପଶ୍ଚିମ ୟୁରୋପରେ ମାମଲା ସାମ୍ନାକୁ ଆସିଥିବା ସୂଚନା

196

କନକ ବ୍ୟୁରୋ : ପ୍ରଥମେ କେଉଁଠୁ ଚିହ୍ନଟ ହୋଇଥିଲା ଓମିକ୍ରନ୍ ଭାରିଆଣ୍ଟ ? କରୋନାର ଏହି ନୂଆ ଭ୍ୟାରିଆଂଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ ଭାରିଆଣ୍ଟର ଅରିଜିନକୁ ଆରମ୍ଭ ହୋଇଛି ବିବାଦ । କୁହାଯାଉଛି କି ଦକ୍ଷିଣ ଆଫ୍ରିକା ପୂର୍ବରୁ ଓମିକ୍ରନ୍ ଭାରିଆଣ୍ଟ ୟୁରୋପ ଦେଶରେ ଦେଖିବାକୁ ମିଳିଥିଲା । ଏକ ନୂଆ ରିପୋର୍ଟରେ ଏନେଇ କୁହାଯାଇଥିବା ଜଣାପଡ଼ିଛି । ଏହି ରିପୋର୍ଟ ଅନୁସାରେ ପଶ୍ଚିମ ୟୁରୋପରେ ୧୧ ଦିନ ପୂର୍ବରୁ ଓମିକ୍ରନ୍ ଭାରିଆଣ୍ଟ ଥିବା ମାମଲା ଚିହ୍ନଟ ହୋଇଥିଲା ।

କିଛି ଲୋକଙ୍କ ପଜିଟିଭ୍ ରିପୋର୍ଟ ୧୯ ନଭେମ୍ବରରୁ ୨୩ ନଭେମ୍ବର ଭିତରେ ଆସିଥିଲା । ଏମାନେ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଯାହା ଦ୍ୱାରା ଓମିକ୍ରନ୍ ଭାରିଆଣ୍ଟ କେଉଁଠି ପ୍ରଥମେ ଚିହ୍ନଟ ହୋଇଥିଲା ତାକୁ ନେଇ ବିବାଦ ଆରମ୍ଭ ହୋଇଛି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ନଭେମ୍ବର ୨୪ ପୂର୍ବରୁ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଥିବା ଏହି ରିପୋର୍ଟ ପରେ ସ୍ୱୀକାର କରିଛନ୍ତି ଜର୍ମାନୀ ଓ ବେଲଜିୟମ୍ । ନଭେମ୍ବର ୨୪ ତାରିଖରେ ହିଁ ଏହି ନୂଆ ଭାରିଆଣ୍ଟ ସଂପର୍କରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସାରା ବିଶ୍ୱକୁ ଜଣାଇ ଦିଆଯାଇଥିଲା । ଓମିକ୍ରନ୍ ନାମକ କରୋନା ଭାରିଆଣ୍ଟ ଦେଶରେ କାୟା ବିସ୍ତାର କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ କୁହାଯାଇଥିଲା ।