ଆଜି ବିଶ୍ୱ ଏଡ୍ସ ଦିବସ । ଚଳିତ ବର୍ଷର ବାର୍ତ୍ତା ‘ଅସମାନତା ସମାପ୍ତ କର ଏଡ୍ସ ହଟାଅ’ ।

159

କନକ ବ୍ୟୁରୋ: ଦୁନିଆଁରେ ପ୍ରତିବର୍ଷ ଲୋକଙ୍କୁ ଘାତକ ଏଚଆଇଭି ଏଡ୍ସ ବାବଦରେ ସଚେତନ କରିବାକୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘ ଅସମାନତା ହଟାଅ, ଏଡ୍ସକୁ ଦୂରାଅ’ ।

ଏଡ୍ସ ଏକ ଘାତକ ରୋଗ । ଏହାର ଲକ୍ଷଣ ହାଠତ୍ ଜଣାପଡେନାହିଁ । ଡେରୀରେ ଏହି ରୋଗର ଲକ୍ଷଣ ଜଣାପଡିବା ବେଳକୁ ରୋଗୀର ସମସ୍ୟା ଗୁରୁତର ହୋଇଯାଇଥାଏ । ତେଣୁ ଏହି ରୋଗର ପ୍ରାଥମିକ ରୋଗର ଲକ୍ଷଣ ଜାଣି ଚିକିତ୍ସା ଆରମ୍ଭ କରିବା ବେଳକୁ ହୁଏତ ବିଳମ୍ବ ହୋଇଯାଇଥାଏ । ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଚେତନତା ।ଦେଖାଯାଏ କୌଣସି ବ୍ୟକ୍ତିଙ୍କୁ ଏଡ୍ସ ହୋଇଥିବା ଜଣାପଡିଲେ ତାଙ୍କୁ ଏକଘରିକିଆ କରି ରଖାଯାଏ କିମ୍ବା ପରିବାରରୁ ଅଲଗା କରିଦିଆଯାଏ । ସମାଜରେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି । କିନ୍ତୁ ଏହା ସମାଜକୁ ଏଡ୍ସ ମୁକ୍ତ କରିବାର ବାଟ ନୁହେଁ । ବେଳେବେଳେ ଅନ୍ୟର ଭୁଲ ପାଇଁ ମଧ୍ୟ କେହି ଏପରି ବ୍ୟାଧୀ ଭୋଗୁଥାନ୍ତି । ତେଣୁ ଚଳିତ ବର୍ଷ ଏହି ଦିବସର ଥିମ ରହିଛି ‘ ଅସମାନତା ସମାପ୍ତ କର ଏଡ୍ସ ହଟାଅ’ । ରୋଗୀକୁ ଗୃଣା ନକରି ସେବା ଯତ୍ନ କରିବା ସହ ଅନ୍ୟ ଲୋକଙ୍କୁ ସଚେତନ କରିବା ।

ସର୍ବପ୍ରଥମେ ଏଡ୍ସ ଦିବସକୁ ବିଶ୍ୱ ସ୍ତରରେ ଆରମ୍ଭ କରିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ଜେମ୍ସ ଡବ୍ଲୁ ୱିନ୍ ଓ ଥମ୍ସ ନେଦର ନାଁରେ ଦୁଇ ଜଣ ଅଧିକାରୀ । ଏହାକୁ ପ୍ରଥମେ ୧୯୮୮ ରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଏହାକୁ ମୁଖ୍ୟତଃ ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲେ ବି ପରେ ଏହାକୁ ସବୁ ବର୍ଗଙ୍କୁ ଫୋକସ୍ କରି ଏହି ଅଭିଯାନ ଜାରି ରହିଥିଲା ।