କେବେ ନେବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ? ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ରଙ୍କ ମତ, ୬ରୁ ୮ ସପ୍ତାହ ମଧ୍ୟରେ ନେଲେ ନାହିଁ ପୁନଃ ସଂକ୍ରମଣ ଭୟ

518

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ କମୁଛି ପଜିଟିଭ ହାର । ୧୭ ତାରିଖ ବେଳକୁ ୫ପ୍ରତିଶତକୁ ଆସିବା ସମ୍ଭାବନା ରହିଛି । ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତକୁ ଆସିବ ସେଠି ପୁରା ଅନଲକ୍ ନକରି ସାମାନ୍ୟ କୋହଳ କରିବା ଉଚିତ୍ । ନହେଲେ ପୁନଃ ସଂକ୍ରମଣ ଭୟ ରହିଛି ।

ଦ୍ୱିତୀୟ ଡ଼ୋଜ୍ ଟିକା ୬ରୁ ୮ସପ୍ତାହ ମଧ୍ୟରେ ନେଇଯିବା ଉଚିତ୍ । କେନ୍ଦ୍ର କୋଭିସିଲ୍ଡ ଟିକା ୮୪ ଦିନ ପରେ ନେବା ପାଇଁ କହିଛନ୍ତି । କିନ୍ତୁ ଏହା ପୂର୍ବରୁ ନେଲେ ପୁନଃ ସଂକ୍ରମଣ ଭୟ ରହିବନି । ବିଭିନ୍ନ ଗବେଷଣାରେ ଏହି ତଥ୍ୟ ଆସିଛି ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ।