କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସୋପୋର ଗେଟ୍ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨ ଜଣ ପୋଲିସକର୍ମୀ ଶହିଦ ହୋଇଥିବା ବେଳେ ୨ଜଣ  ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସୋପୋର ଅରମାପୋରା ଠାରେ ଆତଙ୍କବାଦୀମାନେ ପୋଲିସ ଓ ସିଆରପିଏଫର ସଂଯୁକ୍ତ ଟିମ୍ ଉପରେ ଆକ୍ରମଣ କରିଥିଲେ । ଏଥିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି ।

Advertisment

ସୋପୋରା ଅରମପୋରା ନିକଟରେ ଶନିବାରଦିନ ପୋଲିସ ଓ ସିଆରପିଏଫ୍ ଯବାନଙ୍କ ମିଳିତ ଭାବେ ଗେଟ୍ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଜଗିଥିବା ବେଳେ ହଠାତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଏଥିରେ ୨ ପୋଲିସ କର୍ମୀ ଶହିଦ ହୋଇଥିବା ବେଳେ ୨ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏହାସହ ଆଉ ୨ ଜଣ ପୋଲିସକର୍ମୀ ଗୁରୁତର ହୋଇଛନ୍ତି ।