‘ଦେଖ ଏବେ କିଏ ଜଣେ ମରିଗଲେ’ । ଫେସବୁକରେ ଆସୁଛି ଏଭଳି ମେସେଜ୍, କ୍ଲିକ୍ କରିବା ମାତ୍ରେ ଲିକ୍ ହୋଇଯାଉଛି ଡାଟା

536

କନକ ବ୍ୟୁରୋ : ଲୋକଙ୍କୁ ଠକିବା, ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ପାଇଁ ସାଇବର ଠକ ପ୍ରତିଦିନ ନୂଆ ନୂଆ ପଇଁତରା ଆପଣାଉଛନ୍ତି । କେବେ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଠକୁଛନ୍ତି ତ’ ଆଉ କେବେ ସାହାଯ୍ୟ ଯୋଗାଇଦେବା ଆଳରେ ଲୋକଙ୍କୁ ଲୁଟୁଛନ୍ତି । ଏହାକୁ ନେଇ ଲୋକେ ସତର୍କ ହେଉଥିବା ବେଳେ ନୂଆ ଉପାୟ ଆପଣାଇଛନ୍ତି ସାଇବର ଠକ । ଏବେ ଫେସବୁକରେ ଏପରି କିଛି ମେସେଜ୍ କରୁଛନ୍ତି, ଯାହାକୁ ଲୋକେ କ୍ଲିକ୍ କରିବା ମାତ୍ରେ ଲୋକଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଯାଉଛି । ଆସନ୍ତୁ ଜାଣିବା ଫେସବୁକ୍ ୟୁଜର୍ସଙ୍କ ପାଖକୁ କେଉଁଭଳି ମେସେଜ୍ କରୁଛନ୍ତି ସାଇବର ଠକ ଏବଂ କିଭଳି ଭବେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିନେଉଛନ୍ତି ।

‘ଲୁକ୍ ହୁ ଡେଡ୍’ ବା ‘ଦେଖ କିଏ ଏବେ ମରିଗଲେ’ ଏହିଭଳି କିଛି ମେସେଜ୍ ଫେସବୁକ୍ ୟୁଜର୍ସଙ୍କ ପାଖକୁ ଆସୁଛି । ବିଦେଶରେ ଅନେକ ଲୋକ ଏହାର ଶିକାର ହୋଇସାରିଥିବା ବେଳେ ଏବେ ଭରତରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ମେସେଜ୍ ୟୁଜର୍ସଙ୍କୁ ଲିଙ୍କ୍ ଉପରେ କ୍ଲିକ୍ କରିବା ଏବଂ ବ୍ୟକ୍ତିଗତ ତଥ୍ୟ ଦେବା ପାଇଁ ବାଧ୍ୟ କରିଦେଇଥାଏ ।
ହ୍ୟାକର୍ସ ପ୍ରଥମେ ଲୋକଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପଠାଇ ସାଙ୍ଗ ହେବାକୁ ଚେଷ୍ଟା କରିଥାଏ । ସାଙ୍ଗ ହେବା ପରେ ମେସେଞ୍ଜରରେ ଏକ ସନ୍ଦେସ ପଠାଇଥାଏ । ମେସେଜରେ ଏପରି ଲେଖା ହୋଇଥାଏ କି, ‘ଦେଖ ଏବେ କିଏ ମରିଗଲା’ ଆଉ ଏଥିରେ ଏକ ନ୍ୟୁଜ୍ ଆର୍ଟିକିଲର ଲିଙ୍କ୍ ସେୟାର କରାଯାଇଥାଏ । ଅବା ଏପରି ମଧ୍ୟ ମେସେଜ୍ ଆସିଥାଏ କି, ‘କଣ ଆପଣ ଏହି ବ୍ୟକ୍ତିଙ୍କୁ ଚିହ୍ନିଛନ୍ତି?’ ଏହି ମେସେଜରେ ବି ଏକ ଲିଙ୍କ୍ ପ୍ରଦାନ କରାଯାଇଥାଏ ।

କେମିତି କାମ କରିଥାଏ ଏହି ସ୍କାମ୍
ମେସେଞ୍ଜରରେ ପଠାଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ପେସବୁକ୍ ୟୁଜର୍ସ ନେମ୍ ଓ ପାସୱାର୍ଡ ମଗାଯାଇଥାଏ । ଆପଣ ଫେସବୁକକୁ ଲଗଇନ୍ କରିବା ପାଇଁ ଆଇଡି ପାସୱାର୍ଡ ଦେବା ମାତ୍ରେ ଲିଙ୍କରେ ଥିବା ହାନିକାରକ ସପ୍ଟୱେର୍ ଆପଣଙ୍କ ଫେସବୁକକୁ ହ୍ୟାକ୍ କରିନେଇଥାଏ । ପରେ ୟୁଜର୍ସଙ୍କ ଫେସବୁକ୍ ଆଇଡି ତାଙ୍କ ନିୟନ୍ତ୍ରଣରୁ ବାହାରିଯାଇଥାଏ । ଆଉ ହ୍ୟାତର୍ସ ସବୁ ତଥ୍ୟ ଚୋରି କରିନେଇଥାଏ ।

କେମିତି ରହିବେ ସୁରକ୍ଷିତ?
ନିଜ ଫେସବୁକକୁ ଏକ ମଜବୁତ୍ ପାସୱାର୍ଡ ଦେବା ସହ ଅନ୍ୟାନ୍ୟ ଶବ୍ଦରେ ପାସୱାର୍ଡ ଦିଅନ୍ତୁ
ଯଦି ଆପଣ ଅନଲାଇନରେ ବ୍ୟକ୍ତିଗତ ତଥ୍ୟ ସେୟାର କରୁଛନ୍ତି ତେବେ ସତର୍କ ରୁହନ୍ତୁ । ଏହା ସୁନିଶ୍ଚିତ କରନ୍ତୁ କି ଆପଣ ବିଶ୍ୱସନୀୟ ପ୍ଲାଟଫର୍ମରେ ଅଛନ୍ତି ବୋଲି
ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରିବା ଏବଂ ଅଜ୍ଞାତ ସାଇଟରୁ କିଛି ଡାଉନଲୋଡ୍ କରିବାରୁ ନିଜକୁ ବଞ୍ଚାନ୍ତୁ ।
ଏହି ସବୁ ଦିଗ ଗୁଡିକ ଉପରେ ଧ୍ୟାନ ଦେଲେ ଆପଣ ଏହିଭଳି ଫ୍ରଡରୁ ରକ୍ଷା ପାଇପାରିବେ ।