ରାଷ୍ଟ୍ରପତିଙ୍କ ନିକଟରେ ଇଛାମୃତ୍ୟୁ ଆବେଦନ କରି ଚର୍ଚ୍ଚାରେ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି । ଗୃହରକ୍ଷୀଙ୍କ ଦରମା ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପରେ ରିଭ୍ୟୁ ପିଟିସନ କରିଛନ୍ତି ସରକାର

445

କନକ ବ୍ୟୁରୋ : ସବୁ ବର୍ଗର ଲୋକଙ୍କୁ ନ୍ୟାୟ ମିଳୁ । ଝାଡଖଣ୍ଡ ହାଇକୋର୍ଟର ନୂଆ କୋଠା ଉଦଘାଟନ ଅବସରରେ ଏହା କହିଛନ୍ତି ମହାମହି ରାଷ୍ଟ୍ରପତି । କୋର୍ଟଙ୍କ ରାୟ ସତ୍ୱେ କାର୍ଯ୍ୟକାରୀ କରିବାରେ ହେଉଥିବା ବିଳମ୍ବକୁ ନେଇ ମହାମହିମ ଦ୍ରୌପଦୀ ମୁର୍ମୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଉପସ୍ଥିତିରେ ନ୍ୟାୟିକ ବ୍ୟବସ୍ଥା ଓ ନ୍ୟାୟକୁ ନେଇ ରାଷ୍ଟ୍ରପତି ଦେଇଥିବା ଏହି ବୟାନ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ଏହାରି ଭିତରେ ସରକାରଙ୍କ ନିଷ୍ପତିକୁ ବିରୋଧ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବା ଚର୍ଚ୍ଚାର ବିଷୟ ପାଲଟିଛି ।

ମହାମହିମ ରାଷ୍ଟ୍ରପତିଙ୍କୁ ଇଛା ମୃତ୍ୟୁ ନିବେଦନ କରିଛନ୍ତି, ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଂଜନ ମଲ୍ଲିକ । କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ମାର୍ଚ୍ଚର୍ ମାସରେ ୯୦ଦିନ ଭିତରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟସୀମା ସରିବାକୁ ଥିବା ବେଳେ ରାଜ୍ୟ ସରକାର ପୁଣି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ଫଳରେ ରାଜ୍ୟର ୧୭ ହଜାର ହୋମଗାର୍ଡ ବର୍ଦ୍ଧିତ ଦରମା ସହ ବକେୟାରାଶି ପାଇବାକୁ ନେଇ ସଂଦେହ ଦେଖା ଦେଲାଣି । ରାଜ୍ୟ ସରକାର ହୋମଗାର୍ଡଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ହୋମଗାର୍ଡଙ୍କ ଦରମା ବଢାଇବାକୁ ରାଜ୍ୟ ସରକାର ଚାହୁଁ ନାହାନ୍ତି । ତେଣୁ ସମୁହ ହୋମଗାର୍ଡଙ୍କ ସ୍ୱାର୍ଥ ଦୃଷ୍ଟିରୁ ଇଚ୍ଛା ମୃତ୍ୟୁ ପାଇଁ ଆଦେବନ କରିଛନ୍ତି ରାଜ୍ୟ ସଭାପତି ହିସାବରେ ମୋତେ ମୃତ୍ୟ ଲାଗି ଅନୁମତି ଦିଆଯାଉବୋଲି ନିବେଦନ କରିଛନ୍ତି ରଂଜନ ମଲ୍ଲିକ ।