ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ବଢୁଛି ତାତି !

24

କନକ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିଛି । ଶନିବାର ଝାରସୁଗୁଡାରେ ପାରଦ ୪୫ ଡିଗ୍ରୀକୁ ଛୁଇଁଛି । ଉପକୁଳରେ ସାମୁଦ୍ରିକ ପବନ ବହୁଥିବାରୁ ଶନିବାର ତାତି କମ୍ ରହିଥିଲା । ଶନିବାର ଦିନ ପଶ୍ଚିମ ଓଡିଶାର ୧୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ୪ଟି ସ୍ଥାନର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ଏଭଳି ତାତି ଆସନ୍ତା ୨୫ କିମ୍ବା ୨୬ ତାରିଖ ଯାଏଁ ଲାଗି ରହି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।