ଜାମ୍ମୁୁକାଶ୍ମୀର : ହାୟତପୁରାରେ ସେନା ଗୁଳିରେ ‘ଲସ୍କର-ଇ ତୋଇବା’ର ୨ ଜଣ ଆତଙ୍କବାଦୀ ମୃତ

23

କନକ ବ୍ୟୁରୋ : ଜାମ୍ମୁୁକାଶ୍ମୀରର ହାୟତପୁରାରେ ସେନା ଗୁଳିରେ ‘ଲସ୍କର-ଇ ତୋଇବା’ର ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ନିକଟରୁ ବିପୂଳ ଗୁଳିଗୋଳା ଜବତ କରାଯାଇଛି । ଯବାନଙ୍କ ଉପରକୁ ଏହି ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଜବାବ ଦେବାକୁ ଯାଇ ଯବାନମାନେ ଗୂଳିଚାଳନା କରିଥିଲେ ।

ଶନିବାର ସଂଧ୍ୟାରେ ଯବାନମାନେ ପେଟ୍ରୋଲିଂ କରୁଥିବାବେଳେ ଏହି ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ଏହି ଗୁଳିମାଡରେ କେହି ଯବାନ ଆହତ ହୋଇନାହାଁନ୍ତି । ଆଜି ଦିଲ୍ଲୀ ମୁନସିପାଲଟି ନିର୍ବାଚନ ହେବ । ସମୁଦାୟ ୨୫୩୭ ଜଣ ପ୍ରାର୍ଥୀ ନିର୍ବାଚନରେ ମଇଦାନକୁ ଓହ୍ଲାଉଛନ୍ତି ।