ମନ୍ତ୍ରୀ ନବ ଦାସ ହତ୍ୟା ମାମଲା : ଅଭିଯୁକ୍ତ ଗୋପାଳ ଦାସ ମାରିଥିବା ଗୁଳିକୁ ଶେଷରେ ପାଇଲା କ୍ରାଇମବ୍ରାଞ୍ଚ

591

କନକ ବ୍ୟୁରୋ : ମିଳିଲା ଗୁଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ହେବାର ୪ ଦିନ ପରେ ଗୁଳି ପାଇଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳି ଏବେ ଜବତ ହୋଇଛି । ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଗୁଳିକୁ ଠାବ କରାଯାଇଛି । କ୍ରାଇମବ୍ରାଞ୍ଚ ପାଇଁ ଏହା ଏକ ବଡ ପ୍ରମାଣ । ଯାହାକୁ ଖୋଜିବା ପାଇଁ ବିଭିନ୍ନ ରଣନୀତି ଆପଣାଇଥିଲା ।

ଆଉ ଏବେ ଗୁଳିଟି ପାଇବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ଗୁଳିର ଖୋକା ପାଇଥିଲା । ଏବେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବାରେ କ୍ରାଇମବ୍ରାଞ୍ଚକୁ ବଡ ସହାୟକ ହେବ । ସେପଟେ ନବ ଦାସଙ୍କ ଭିସେରାକୁ ପରୀକ୍ଷା ପାଇଁ ପଠାଯାଇଛି । ତେବେ ଗୁଳିମାଡ ପରେ ପୁଲିସ ଆଇଆଇସିଙ୍କ ବନ୍ଧୁକକୁ କିଛି ବ୍ୟକ୍ତି ଭିଡି ନେଇଥିଲେ । ଏପରିକି ଜଣେ ଯୁବକ ପିସ୍ତଲ ଧରି ହାତ ଉପରକୁ ଉଠାଇ ବୁଲୁଥିବା କ୍ୟାମେରାରେ କଏଦ ହୋଇଛି । ଏହି ପିସ୍ତଲଟି କାହାର ଥିଲା ଗୋପାଳଙ୍କର ନା ଆଇଆଇସିଙ୍କର ତାହା ଏବେ ବଡ ପ୍ରଶ୍ନ ।