ସତରେ ନିଶାରେ ଥିଲେ କି ଭଗୱନ୍ତ ମାନ? ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଲେ ଏମିତି କଥା।

221

କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ସତରେ କଣ ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ଓହ୍ଲାଇ ଦିଆଯାଇଥିଲା? ଏହି ପ୍ରଶ୍ନ ଆଜି ସମସ୍ତଙ୍କ ମନରେ ରହିଛି । ବିରୋଧୀ ଦଳର ନେତା ଏହାକୁ ଲଜ୍ଜାଜନକ ଘଟଣା କହିଛନ୍ତି । ତେବେ ଆଧିକାରୀକ ଭାବେ ଏନେଇ କୌଣସି ସ୍ପଷ୍ଟୀକରଣ ଆସିପାରିନାହିଁ । ମାନଙ୍କ ଉପରେ ଅଭିଯୋଗ ରହିଛି ଯେ ଲୁଫଥାନ୍ସ ଏୟାରଲାଇନ୍ସ ଅତ୍ୟଧିକ ମଦ୍ୟପାନ କରିଥିବା କାରଣରୁ ତାଙ୍କୁ ଯାତ୍ରା କରିବା ପାଇଁ ଅନଫିଟ ଘୋଷଣା କରି ବିମାନରୁ ଓହ୍ଲାଇ ଦେଇଥିଲେ ।

ସେପ୍ଟେମ୍ବର ୧୭ରେ ମାନ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନ ବନ୍ଦରେ କଥିତ ଭାବେ ଲୁଫଥାନ୍ସ ଏୟାରଲାଇନ୍ସ ଅତ୍ୟଧିକ ମଦ୍ୟପାନ କରିଥିବା କାରଣରୁ ତାଙ୍କୁ ଯାତ୍ରା କରିବା ପାଇଁ ଅନଫିଟ ଘୋଷଣା କରି ବିମାନରୁ ଓହ୍ଲାଇ ଦେଇଥିଲେ । ବିରୋଧୀ କଂଗ୍ରେସ ଏବଂ ଶିରୋମଣି ଅକାଳୀ ଦଳ ନେତାଙ୍କ ଅଭିଯୋଗ ଯେ ବିମାନ ଯାତ୍ରୀ କହିଥିଲେ ଯେ ସେ ନିଶାରେ ରହିଛନ୍ତି । ଏହି କାରଣରୁ ଫ୍ଲାଇଟ ଚାରିଘଣ୍ଟା ବିଳମ୍ବରେ ଉଡାଣ କରିଥିଲା । ଲୁଫଥାନ୍ସର ୱେବାସାଇଟ ଅନୁସାରେ ଏହି ବିମାନ ଫ୍ରାଙ୍କଫର୍ଟରୁ ଶନିବାର ଦ୍ୱିପ୍ରହର ୧.୪୦ରେ ବାହାରିବାର ଥିଲା । ଦିଲ୍ଲୀ ବିମାନ ବନ୍ଦରରେ ଏହା ରାତି ୧୨.୫୫ରେ ଅବତରଣ କରିବା କଥା ତେବେ ଏହା ଚାରିଘଣ୍ଟା ବିଳମ୍ବରେ ଉଡାଣ କରିଥିଲା । ବିମାନ ସନ୍ଧ୍ୟା ୫.୫୨ରେ ଛାଡିବା ସହ ସୋମବାର ସକାଳ ୪ଟା ୩୦ରେ ଅବତରଣ କରିଥିଲା ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିରୋଧୀ ଦଳର ନେତା ସୁଖବୀର ସିଂହ ବାଦଲଙ୍କ ଅଭିଯୋଗର ଯାଞ୍ଚ କରାଯିବ । ଅଭିଯୋଗରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ମାନ ପ୍ରାଙ୍କଫର୍ଟରେ ଜର୍ମାନ ଏୟାରଲାଇନ ଦ୍ୱାରା ବିମାନରୁ ଓହ୍ଲାଇ ଦିଆଯାଇଛି । ସେ ନିଶାରେ ଥିବାରୁ ଏଭଳି କରାଯାଇଛି । ଏହି ମାମଲାଟି ବିଦେଶ କ୍ଷେତ୍ର ସହ ଜଡିତ । ଏନେଇ ଆମେ ପୁଙ୍ଖାନୁପଙ୍ଖ ତଦନ୍ତ କରିବୁ । ଆମେ ଏନେଇ ବିମାନସେବା ପ୍ରଦାନକାରୀ କମ୍ପାନୀଠାରୁ ତଥ୍ୟ ହାସଲ ପାଇଁ ଚେଷ୍ଟା କରୁଛୁ ।