ମନମୋହୁଛି ଭିନ୍ନ ଭିନ୍ନ ଶୈଳୀର ସୁଉଚ୍ଚ ତୋରଣ: କେଉଁଠି ଗଙ୍ଗା ଘାଟ, କେଉଁଠି ଅଯୋଧ୍ୟାର ଶ୍ରୀରାମ ମନ୍ଦିର

72

କନକ ବ୍ୟୁରୋ: ଚାରିଆଡେ ଦଶହରାର ଧୁମ ।ଶାରଦୀୟ ଦୁର୍ଗାପୂଜାକୁ ନେଇ ଉଠୁଛିପଡୁଛି ପୁରପଲ୍ଲୀଠୁ ସହରାଂଚଳ । କରୋନା ଯୋଗୁଁ ଗତ ୨ ବର୍ଷ ମାଆଙ୍କ ପୂଜା ଫିକା ପଡିଥିଲା । ଚଳିତ ବର୍ଷ କରୋନା ପ୍ରକୋପ କମିଥିବାରୁ ଧୁମଧାମରେ ସବୁଠି ଦୁର୍ଗାପୂଜା କରାଯାଉଛି । ପୀଠରେ ମହାମାୟୀଙ୍କ ମହାନବମୀ ପୂଜା ଓ ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା ।

ଭୁବନେଶ୍ୱର ଷ୍ଟେସନ ବଜାରରେ ବାରଣାସୀର ଗଙ୍ଗା ଘାଟ ଶୈଳୀରେ ତିଆରି ତୋରଣ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରୁଛି । ଗଙ୍ଗା ଘାଟରେ ସାଧୁ ସନ୍ଥ ବସିଥିବା ପ୍ରତିମୂର୍ତି ଥିବା ବେଳେ ଗଙ୍ଗା ନଦୀରେ ଏକ ଡଙ୍ଗା ଭାସୁଥିବା ଦୃଶ୍ୟକୁ ତୋରଣରେ ସ୍ଥାନ ଦିଆଯାଇଛି ।

ପଟିଆ ପୂଜା ମଣ୍ଡପ ତୋରଣରେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମନ୍ଦିରର ଅବକଲ ପ୍ରତିଛବି ଦେଖିବାକୁ ମିଳିଛି । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦ୍ଜନନୀ । କଟକ ମଙ୍ଗଳାବାଗ ପୂଜାପେଣ୍ଡାଲ ମେଢ ୩ କ୍ୱିଂଟାଲ ଚାନ୍ଦିରେ ତିଆରି ହୋଇଛି । ସେହିପରି ମାଆଙ୍କୁ ୧୦ କେଜି ସୁନାର ମୁକୁଟ ଓ ସ୍ୱର୍ଣ୍ଣ ଆଭୁଷଣରେ ସଜା ଯାଇଛି ।

ଉଡନ୍ତା ଥାଳିଆ ଡେଇଁଲେ୍ ପୂଜା ମଣ୍ଡପ
କଦମ୍ବ ଫୁଲରୁ ମଧୁ ସଂଗ୍ରହ କରୁଛି ମହୁମାଛି

ସମ୍ବଲପୁରରେ ଧୁମ ଦଲେଇପଡାରେ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ନିଆର ଶୈଳୀର ତୋରଣ ତିଆରି କରାଯାଇଛି । ମାଆଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁ ଉଡନ୍ତା ଥାଳିଆ ତଳ ଦେଇ ପୂଜା ମଣ୍ଡପକୁ ଯାଉଛନ୍ତି । ସେପଟେ ବୁଢାରଜା ପୂଜା କମିଟି ପକ୍ଷରୁ ତୋରଣକୁ ନିଆରା କରିବାକୁ ପ୍ରୟାସର କରାଯାଇଛି । କଦମ୍ବ ଫୁଲରେ ବସିଛି ମହୁମାଛି । କଦମ୍ବ ଫୁଲରୁ ମହୁମାଛି କିପରି ମଧୁ ସଂଗ୍ରହ କରୁଛି ତାର ଅବିକଲ ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ପୂଜା ମଣ୍ଡପର ଦୁଇ ପାଶ୍ୱର୍ରେ ଶ୍ୱେତପଦ୍ମର ସମ୍ଭାର ଶ୍ରଦ୍ଧାଳୁଙ୍କୁ ଭିନ୍ନ ଅନୁଭୂତି ଦେଉଛି ।

ମାଆଙ୍କ ମହାଷ୍ଟମୀରେ ବାଲେଶ୍ୱରରେ ଜମୁଛି ଆଖଡା ଖେଳ । ୩୦ରୁ ଅଧିକ ଆଖଡ଼ା ଦଳ ସାମିଲ ହୋଇ ସାମରିକ କୌଶଳ ପ୍ରଦର୍ଶନ କରିଛନ୍ତି । ଗଦା, ପଟା, ବନା ଓ ଲାଠି ଖେଳ ଚାଲିଛି । କିଛି ମହିଳା ଦଳ ମଧ୍ୟ ଏଥିରେ ସାମିଲ ହୋଇ ଆଖଡା ପ୍ରଦର୍ଶନ କରିଛନ୍ତି । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦ୍ଜନନୀ । ମେଢ ଓ ସୁଦୃଶ ତୋରଣ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହୁଛି । ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୂଜା ବଜାର ।