ଦୁଇ ବର୍ଷ ପରେ ସାରା ଦେଶରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା। ବାଂଲାଦେଶ, ନେପାଳ, ୟୁକେ ସହ ବିଭିନ୍ନ ସ୍ଥାନରେ ଆଡମ୍ବରରେ ମା’ଙ୍କ ପୂଜାଚ୍ଚର୍ନା।

82

କନକ ବ୍ୟୁରୋ: ସାରା ଦେଶରେ ଧୂମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଚାଲିଛି ମା ଦୁର୍ଗାଙ୍କ ପୂଜା । କରୋନା କଟକଣା ଯୋଗୁଁ ଦୁଇବର୍ଷ ପୂଜା ପେଣ୍ଡାଲରେ ମାଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଇଥିଲେ ବି ଶ୍ରଦ୍ଧାଳୁଙ୍କ ପାଇଁ ଲାଗିଥିଲା କଟକଣା । କିନ୍ତୁ ଏଥର କଟକଣା କୋହଳ ହେବା ପରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ମାଙ୍କ ଆରାଧନା ଭିନ୍ନ ଭିନ୍ନ ରୀତିନୀତି ଅନୁସାରେ କରାଯାଉଛି । ବଡ ବଡ ପେଣ୍ଡାଲ ଓ ତୋରଣରେ ଶୋଭା ପାଉଛି ମାଙ୍କ ଆର୍କଷଣୀୟ ମୂର୍ତି ।

ଦୁର୍ଗାପୂଜା କେବଳ ଭାରତ ମଧ୍ୟରେ ସୀମିତ ହୋଇରହିନି । ଏଭଳି ୫ଟି ଦେଶ ରହିଛି ଯେଉଁଠି ଠିକ ଭାରତ ପରି ସେଠାରେ ମଧ୍ୟ ଦଶ ଦିନ ଧରି ଦୁର୍ଗାପୂଜାକୁ ଧୁମଧାମରେ ପାଳନ କରାଯାଏ । ଅଷ୍ଟ୍ରେଲିଆ, ୟୁକେ, ୟୁଏସ ,ନେପାଳ, ବାଙ୍ଗଲାଦେଶ ଓ ଅଷ୍ଟ୍ରେଲିଆରେ ବେଶ ଆଡମ୍ବର ସହ ଦଶହରା ପାଳନ କରନ୍ତି ପ୍ରବାସୀ ଭାରତୀୟ । ପଡୋଶୀ ଦେଶ ବାଂଲାଦେଶରେ ୨ୟ ସବୁଠୁ ବଡ ସଂଖ୍ୟାରେ ବସବାସ କରିଛନ୍ତି ହିନ୍ଦୁ ବଙ୍ଗଳବା । ତେଣୁ ଦେଶର ଅଧିକାଂଶ ସ୍ଥାନରେ ଦୁର୍ଗାପୂଜା କରାଯାଏ । ପେଣ୍ଡାଲ ତିଆରି କରାଯିବ ସହ ମା ଦୂର୍ଗାଙ୍କ ବିଶାଳ ମୂର୍ତି ଦେଖିବାକୁ ମିଳେ । ନେପାଳରେ ଦୁର୍ଗା ପୂଜାର ବିଶେଷ ମହତ୍ୱ ରହିଛି । ଏଠାରେ ଦୁର୍ଗାପୂଜାକୁ ଦଶେନ ଭାବେ ପାଳନ କରାଯାଏ । ହିନ୍ଦୁ ରାଷ୍ଟ୍ର ହୋଇଥିବାରୁ ଏଠାରେ ବେଶ ପାରମ୍ପାରିକ ଭାବେ ପାଳନ କରାଯାଏ ।

୧୯୭୪ ମସିହାରେ ଅଷ୍ଟ୍ରେଲିଆରେ ୧୨ଜଣ ପରିବାର ଏକାଠି ମିଶି ଦୁର୍ଗା ପୂଜା ଆରମ୍ଭ ହୋଇଥିଲା । ଦୁର୍ଗାପୂଜାରେ ସବୁଠୁ ଅଧିକ ଆର୍କଷଣ ସାଜେ ସିଡନୀ ସହର । ଆମେରିକାରେ ଭାରତୀୟମାନଙ୍କ ସଂଖ୍ୟା କିଛି କମ ନୁହେଁ । ଏଠାରେ ୫ଦିନ ଧରି ଧୁମଧାମରେ ଦଶହରା ପାଳନ କରଯାଏ । ୧୯୭୦ ମସିହାରୁ ଏଠାରେ ଦୁର୍ଗପୂଜ।। କରାଯାଏ । ଆମେରିକା ପରି ୟୁକେରେ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଏ ମା ଦୁର୍ଗାଙ୍କ ପୂଜା । ବିଶେଷ କରି ଏଠାରେ ରହୁଥିବା ପ୍ରାମାଣିକ ବେଙ୍ଗାଲୀ ସମାଜ ଦ୍ୱାରା ସ୍ୱତନ୍ତ୍ରଭାବେ ପୂଜାର ଆୟୋଜନ କରାଯାଏ । ପ୍ରବାସ ଭାରତୀୟମାନେ ଏକାଠି ହୋଇ ବେଶ ଆଡମ୍ବର ସହ ପୂଜା କରନ୍ତି।